Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଦୁଡ଼ିଙ୍କ ପ୍ରେମରେ ତୁଟାମୁଣ୍ଡା ଗାଁ, ସୁରକ୍ଷା ଦେଉଛନ୍ତି ଗାଁର ପ୍ରତି ପରିବାର

Odisha

ବାଦୁଡ଼ିଙ୍କ ପ୍ରେମରେ ତୁଟାମୁଣ୍ଡା ଗାଁ, ସୁରକ୍ଷା ଦେଉଛନ୍ତି ଗାଁର ପ୍ରତି ପରିବାର

Jitendra Dash
Browse all articles by Jitendra Dash
·2 years ago·2 min read
ବାଦୁଡ଼ିଙ୍କ ପ୍ରେମରେ ତୁଟାମୁଣ୍ଡା ଗାଁ, ସୁରକ୍ଷା ଦେଉଛନ୍ତି ଗାଁର ପ୍ରତି ପରିବାର

ଅର୍ଗସ ବ୍ୟୁରୋ : ଗାଁ ମୁଣ୍ଡରେ କିଚିରି ମିଚିର ଶବ୍ଦରେ ଫାଟି ପଡ଼ୁଛୁ ପୁରା ଏରିଆ । ସଞ୍ଜ ନଇଁ ଆସିଲେ କିଚିରି ମିଚିରି ଶବ୍ଦ ଖାଦ୍ୟ ଅନ୍ୱେଷଣରେ ଦୂର ଦିଗବଳୟକୁ ଉଡ଼ିଯାନ୍ତି । ରାତିର ଅନ୍ଧକାର ଭିତରେ ନିଜକୁ ହଜାଇ ଦିଅନ୍ତି । ଆଉ ଖାଦ୍ୟ ସଂଗ୍ରହ କରି ଫେରି ଆସନ୍ତି ତୁଟାମୁଣ୍ଡା ଗାଁକୁ । ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ରେଢାଖୋଲ ବ୍ଲକରେ । ବଡ଼ମାଲ ରେଞ୍ଜର ତୁଟାମୁଣ୍ଡା ଗାଁ ମୁଣ୍ଡରେ ରହିଥିବା ବରଗଛ ସହିତ ଆଖପାଖ ୧୪ଟି ଗଛରେ କାହଁ କେଉଁ କାଳରୁ ରହି ଆସୁଛନ୍ତି ଏହି ବାଦୁଡ଼ି ମାନେ । 

ପରମ୍ପରା ଭଳି ପୂର୍ବ ପୁରୁଷ ଅନୁଯାଇ ବାଦୁଡ଼ିର ସୁରକ୍ଷା ଗାଁର ପ୍ରତି ପରିବାର ନେଉଛନ୍ତି । ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବାଦୁଡ଼ିକୁ ନାଁ ଶିକାର କରୁଛନ୍ତି ନାଁ କାହାକୁ ଶିକାର କରିବାକୁ ଦେଇଛନ୍ତି । ଏମାନଙ୍କ ଶଦ୍ଦରେ ସକାଳ ଓ ସନ୍ଧ୍ୟାର ସମୟର ଅନୁଭୁତି କିଛି ନିଆରା । ବାଦୁଡ଼ି ଥିବା ଯୋଗୁଁ ଗାଁର ମଙ୍ଗଳ ହେଉଛି ବୋଲି ବିଶ୍ୱାସ କରନ୍ତି ଗାଁ ଲୋକେ । ଶହଶହ ବର୍ଷ ଧରି ହରିହର ଯୋର କୂଳରେ ରହିଥିବା ଏହି ତୁଟାମୁଣ୍ଡା ଗାଁ ଏବେ ବାଦୁଡ଼ି ମାନଙ୍କ ପାଇଁ ଏକ ନୂଆ ପରିଚୟ ପାଇଛି । ଗାଁର ୬୦ ଟି ପରିବାର ନିଜର ଦୌନିନ୍ଦିନ କର୍ମରେ ବାଦୁଡ଼ି ସୁରକ୍ଷା ଦେବାର ଏକ ପରମ୍ପରା ବୋଲି ଭାବି ନେଇଛନ୍ତି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାଦୁଡ଼ି ମାନେ ଆହାର ଅନ୍ୱେଷଣରେ ଗଲାବେଳେ ଶିକାରୀ ଜାଲ ବସାଇ ଶିକାର କରୁ ନେଉଛନ୍ତି । ଏହାକୁ କିବପରି ବନ୍ଦ କରାଯିବ ଆଉ ଶିକାରୀକୁ ଧରି ଦଣ୍ଡ ଦିଆଜିବ ସେନେଇ ବନବିଭାଗ କର୍ମଚାରୀ ମାନେ ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଗ୍ରାମବାସୀ ମାନେ ଦାବି କରିଛନ୍ତି ଜଦି ବାଦୁଡ଼ି ମାନଙ୍କ ପାଇଁ ଫଳମୁଳ, ଖାଦ୍ୟ ଓ ଗଛ ଯଦି ବନବିଭାଗ ପକ୍ଷରୁ ସୃଷ୍ଟି କରାଯାଆନ୍ତା ଏବଂ ପେଟ୍ରୋଲିଙ୍ଗ ବ୍ୟବସ୍ଥା, ଏପରିକି ବନବିଭାଗ ପକ୍ଷରୁ ଏଠାରେ ପକ୍ଷୀ ପାର୍କ, ବାଦୁଡ଼ି ସୁରକ୍ଷିତ ରହିବା ସହ ବାଦୁଡ଼ିକୁ ଦେଖିବାକୁ ଲୋକେ ଆସନ୍ତେ । 

ଆଖପାଖ ୧୦୦ କିଲୋମିଟର ଦୂରତା ଭିତରେ ବାଦୁଡ଼ି ବସା ନାହିଁ ଏଠି ହଜାର ହଜାର ସଂଖ୍ୟାରେ ବାଦୁଡ଼ି ରହୁଥିବାରୁ ଲୋକଙ୍କର ଆକର୍ଷଣ ସ୍ଥାନ ପାଲଟିଛି । ଅନ୍ୟପକ୍ଷରେ ରେଢାଖୋଲ ଡିଏଫଓ କହିଛନ୍ତି ବର୍ତ୍ତମାନ ସମୟରେ ବାଦୁଡ଼ି ଲୋପ ପାଇଯାଉଥିବା ବେଳେ ଏଠି ଏତେ ସଂଖ୍ୟାରେ ବାଦୁଡ଼ି ରହିଛନ୍ତି ସେଥି ପାଇଁ ବିଭାଗ ପକ୍ଷରୁ ସବୁ ବ୍ୟବସ୍ଥା କରାଯିବ ବୋଲି ପ୍ରତିସୃତି ଦେଇଛନ୍ତି ।
 

Education Next Season 5
Sponsored
Redhakhol Bird love | Argus News