Dharmendra Pradhan / ରେଢ଼ାଖୋଲ ସହରରେ ଏକ ବାଇପାସ ନିର୍ମାଣ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ
·8 months ago·2 min read

Key Points
- ବ୍ୟସ୍ତବହୁଳ ୫୫ ନମ୍ବର ଜାତୀୟ ରାଜପଥ
- ଶହ ଶହ ଭାରୀଯାନ ପାଇଁ ଭୟଙ୍କର ଟ୍ରାଫିକ ଜାମ୍
- ବଢ଼ୁଛି ଦୁର୍ଘଟଣା, ରୋଗୀ ଏବଂ ବରିଷ୍ଠ ନାଗରିକଙ୍କ ଯାତାୟତରେ ସମସ୍ୟା
- ବାଇପାସ ନିର୍ମାଣ ହେଲେ ଦୁର୍ଘଟଣା ହ୍ରାସ ପାଇବ
ସମ୍ବଲପୁର: ରେଢ଼ାଖୋଲ ସହର ବାହାର ଦେଇ ନିର୍ମାଣ ହେଉ ବାଇପାସ୍ । ସହରବାସୀଙ୍କ ଦୀର୍ଘଦିନର ଦାବିକୁ ସମ୍ମାନ ଜଣାଇ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଲେଖି ରେଢ଼ାଖୋଲ ସହର ବାହାରେ ଏକ ବାଇପାସ ନିର୍ମାଣ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ମାସିକ ୨ ହଜାର ଟଙ୍କା ଦରମାରୁ କୋଟିପତି; ଅତିରିକ୍ତ ତହସିଲଦାରଙ୍କ ଘରୁ ମିଳିଲା ନଗଦ ୭୫ ଲକ୍ଷ
ରେଢ଼ାଖୋଲର ବାର୍ ଆସୋସିଏସନ, ଟ୍ରକ୍ ମାଲିକ ସଂଘ, ବରିଷ୍ଠ ନାଗରିକ ମଞ୍ଚ ଏବଂ ସ୍ଥାନୀୟ ସାମ୍ବାଦିକମାନଙ୍କ ସମର୍ଥନରେ ମିଳିଥିବା ଏକ ପ୍ରତିନିଧି ଦଳର ଆବେଦନ ଆଧାରରେ ଧର୍ମେନ୍ଦ୍ର ପ୍ରଧାନ ଏହି ପତ୍ର ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି, "୫୫ ନମ୍ବର ଜାତୀୟ ରାଜପଥ ଅତ୍ୟନ୍ତ ବ୍ୟସ୍ତବହୁଳ ହୋଇଥିବା ବେଳେ ସହର ମଧ୍ୟ ଦେଇ ଶହ ଶହ ଭାରୀଯାନ ଚଳାଚଳ କରୁଛି । ସହରର ସଂକୀର୍ଣ୍ଣ ରାସ୍ତା ଏହି ଉଚ୍ଚସ୍ତରୀୟ ଟ୍ରାଫିକ ପାଇଁ ଉପଯୁକ୍ତ ନୁହେଁ, ଯାହାଫଳରେ ପ୍ରତିଦିନ ଭୟଙ୍କର ଟ୍ରାଫିକ ଜାମ୍ ସୃଷ୍ଟି ହେଉଛି ।"
ସହର ମଧ୍ୟରେ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା ଏବଂ ଭୀମଭୋଇ ଡିଗ୍ରୀ କଲେଜ ପରି ଶିକ୍ଷାନୁଷ୍ଠାନ ଥିବାରୁ ଅଫିସ୍ ସମୟରେ ପ୍ରବଳ ଜନଗହଳି ହେଉଛି । ଭାରୀଯାନ ଚଳାଚଳ ଯୋଗୁଁ ଦୁର୍ଘଟଣା ବଢ଼ିବା ସହ ଛାତ୍ରଛାତ୍ରୀ, ରୋଗୀ ଏବଂ ବରିଷ୍ଠ ନାଗରିକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଆମେରିକା ଦେଲା ଖୋଲା ଚେତାବନୀ; 'ପରମାଣୁ ପରୀକ୍ଷା କଲେ କରିବୁ ବଡ଼ ଧରଣର ଆକ୍ରମଣ'
ରେଢ଼ାଖୋଲ ସହରର ଦ୍ରୁତ ବିକାଶ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ନୂତନ ବାଇପାସ ନିର୍ମାଣ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି । ଏହି ବାଇପାସ୍ ନିର୍ମାଣ ହେଲେ ରେଢ଼ାଖୋଲ ସହରରେ ଦୁର୍ଘଟଣା ହ୍ରାସ ପାଇବା ସହ ସହରବାସୀ ଏହିସବୁ ସମସ୍ୟାରୁ ମୁକ୍ତ ହୋଇପାରିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।

Related Topics
Explore more stories