Trump Warning / ଆମେରିକା ଦେଲା ଖୋଲା ଚେତାବନୀ; 'ପରମାଣୁ ପରୀକ୍ଷା କଲେ କରିବୁ ବଡ଼ ଧରଣର ଆକ୍ରମଣ'
·6 months ago·2 min read

Key Points
ପରମାଣୁ ଅସ୍ତ୍ରଶସ୍ତ୍ର ଅଭ୍ୟାସ କଲେ ଛାଡ଼ିବୁନି । ଆମେରିକା ବଡ଼ ଧରଣର ଆକ୍ରମଣ କରିବ । ଇରାନକୁ ଏଭଳି ଭାବେ ଧମକାଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ନୂଆଦିଲ୍ଲୀ: ପୁଣି ଧମକାଇଲେ ଟ୍ରମ୍ପ । ପରମାଣୁ ଅସ୍ତ୍ରଶସ୍ତ୍ର ଅଭ୍ୟାସ କଲେ ଛାଡ଼ିବୁନି । ଆମେରିକା ବଡ଼ ଧରଣର ଆକ୍ରମଣ କରିବ । ଇରାନକୁ ଏଭଳି ଭାବେ ଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଆମେରିକା ରାଷ୍ଟ୍ରପତି କହିଛନ୍ତି, "ଯଦି ଇରାନ ଆଉ ଥରେ ତାର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଉଦ୍ୟମ କରେ ତାହେଲେ ଆମେରିକା ବଡ଼ ଧରଣର ଆକ୍ରମଣ କରିପାରେ ।" ଏଥିସହ ଟ୍ରମ୍ପ ଫିଲିସ୍ତୀନ ଆତଙ୍କବାଦୀ ସଂଗଠନ ହମାସ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ 'ଟାରିଫ୍'କୁ ଝଟ୍କା; ଭାରତ କରିଦେଲା ବଡ଼ ଖେଳ, ଦେବାକୁ ପଡ଼ିବନି ଟଙ୍କାଟିଏ ଶୁଳ୍କ
ହମାସ୍କୁ ଚେତାବନୀ ଦେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, "ଯଦି ହମାସ୍ ଅସ୍ତ୍ର ନ ଛାଡ଼ିବ ତାହେଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ।" ସୋମବାର ରାତିରେ ଇସ୍ରାଏଲ୍ ରାଷ୍ଟ୍ରପତି ନେତାନ୍ୟାହୁଙ୍କ ସହ ଆଲୋଚନା ପରେ ଗଣମାଧ୍ୟମରେ ଏଭଳି ଧମକ ଦେଇଛନ୍ତି ଟ୍ରମ୍ପ ।
ଡୋନାଲ୍ଡ ଟ୍ରମ୍ପ ଆଶଙ୍କା କରିଛନ୍ତି ଯେ, ଜୁନ୍ରେ ଆମେରିକା କରିଥିବା ବଡ଼ ଧରଣର ଆକ୍ରମଣ ପରେ ଇରାନ ତାର ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ପାଇଁ ପ୍ରୟାସ କରୁଛି । ଏନେଇ ସୋସିଆଲ୍ ମିଡିଆରେ ମଧ୍ୟ ଅନେକ ସଂକେତ ମିଳିଛି ।
ଇରାନ ପୁଣି ଥରେ ଅସ୍ତ୍ରଶସ୍ତ୍ର ସହ ସୈନ୍ୟ କ୍ଷମତା ବିକଶିତ କରୁଛି । ଯଦି ସେଭଳି ହୁଏ ଆମେ ନଷ୍ଟ କରି ଦେଇଥିବା ଠିକଣାକୁ ଇରାନ ବ୍ୟବହାର କରିବ ନାହିଁ । ବରଂ ଅନ୍ୟ ସ୍ଥାନରେ ଏହି କାମ କରିପାରେ ବୋଲି ଟ୍ରମ୍ପ ଆଶଙ୍କା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଶୀତ ପାଇଁ ସ୍କୁଲ୍ ଛୁଟି; ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି
ଟ୍ରମ୍ପ ଆହୁରି କହିଛନ୍ତି, "ମୁଁ ଭାବୁଛି ଇରାନ ସେଭଳି ରାସ୍ତା ବାଛିବ ନାହିଁ, ଯାହା ଫଳରେ ଆମେ B-2 ବମ୍ବରରେ ଇନ୍ଧନ ଖର୍ଚ୍ଚ କରିବୁ । ଏଥିରେ ଯିବା ଆସିବା ଲାଗି ପ୍ରାୟ ୩୭ ଘଣ୍ଟା ଉଡ଼ାଣ ହୋଇଥାଏ । ଆମେରିକା ଏଭଳି ଭାବେ ଇନ୍ଧନ ବର୍ବାଦ କରିବ ନାହିଁ ।"
B-2 ହେଉଛି ଆମେରିକାର ସବୁଠୁ ଅତ୍ୟାଧୁନିକ ଯୁଦ୍ଧ ବିମାନ ଓ ଶକ୍ତିଶାଳୀ ବମ୍ବର । ଯାହାର ବ୍ୟବହାର ବେଶ୍ ଗମ୍ଭୀର ଓ ବଡ଼ଧରଣର ସୈନ୍ୟ ଅଭିଯାନ ପାଇଁ ହୋଇଥାଏ । ଜୁନ୍ରେ ଆମେରିକା, ଇରାନ ଉପରେ ଆକ୍ରମଣ ପାଇଁ ଏହି ଯୁଦ୍ଧ ବିମାନର ବ୍ୟବହାର କରିଥିଲା । ତେଣୁ ଟ୍ରମ୍ପ ପୁଣିଥରେ ପୁରୁଣା ଆକ୍ରମଣ କଥା ଇରାନକୁ ମନେ ପକାଇ ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories