Regional Parties Decline / ଦୁର୍ବଳ ହେଉଛନ୍ତି ଆଞ୍ଚଳିକ ଦଳ, ବିଜେଡିର ସ୍ଥିତିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା
·4 months ago·2 min read

Key Points
ଦୁର୍ବଳ ହେଉଛନ୍ତି ଆଞ୍ଚଳିକ ଦଳ
ବିଜେଡିର ସ୍ଥିତିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା
ବିଜେଡି ପରେ ଡିଏମକେ ଓ ତୃଣମୁଳ କଂଗ୍ରେସ
ସତ୍ତା ହରାଇଲେଣି ଶିରୋମଣି ଅକାଳି ଦଳ ଓ ବିଏସପି

୦୬/୦୫,ଭୁବନେଶ୍ବର : ଦୁର୍ବଳ ହେଉଛନ୍ତି ଆଞ୍ଚଳିକ ଦଳ। ପଶ୍ଚିମବଙ୍ଗ ନିର୍ବାଚନ ପରେ ଦେଶବ୍ୟାପୀ ଆଞ୍ଚଳିକ ଦଳର ଭବିଷ୍ୟତ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହା ଭିତରେ ବିଜେଡିକୁ ନେଇ ବି ଆରମ୍ଭ ହୋଇଛି ଅନେକ ଚର୍ଚ୍ଚା ଓ ଆକଳନ। ୨୪ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ବିଜେଡିକୁ ଗାଦିରୁ ହଟାଇଲା ବିଜେପି । ତା’ ପରଠାରୁ ବିଜେଡିର ସବୁ ଅଙ୍କ ଭୁଲ୍ ହେବାରେ ଲାଗିଛି । ବ୍ଲକରୁ ରାଜ୍ୟସଭା ଯାଏଁ ବିଜେଡି ପତିଆରା ଖସିବାରେ ଲାଗିଛି । ଦଳ ଭିତରେ ଅସନ୍ତୋଷ, କନ୍ଦଳ ପ୍ରବଳ । ବିଧାୟକମାନେ ବିଦ୍ରୋହ କରୁଛନ୍ତି । ରାଜ୍ୟସଭା ସାଂସଦ ଦଳ ଛାଡ଼ୁଛନ୍ତି। ରାଜ୍ୟସଭା ନିର୍ବାଚନରେ ବି ଦଳୀୟ ହୁଇପକୁ ନମାନି ୬ ବିଧାୟକ କ୍ରସ ଭୋଟିଂ କରିବା ଏହାର ଏକ ଉଦାହରଣ।
ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମସି, ତାମିଲନାଡ଼ୁରେ ଡିଏମକେ, ଏଆଇଡିଏମକେ ଝଟକା ଖାଇଲେ । ପୂର୍ବରୁ ଆମ୍ ଆଦମୀ ଦିଲ୍ଲୀ ହାରିବା ପରଠାରୁ ଦଳର ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛି । ମହାରାଷ୍ଟ୍ରରେ ଏନସିପି ଓ ଶିବସେନା ଦୁଇ ଭାଗ ହୋଇସାରିଛି । ଉଭୟ ପକ୍ଷର ବଳ ବି କମିଛି । ପଞ୍ଜାବରେ ଶିରୋମଣି ଅକାଳି ଦଳ, ଉତ୍ତରପ୍ରଦେଶରେ ମାୟାବତୀଙ୍କ ବିଏସପି ଏକପ୍ରକାର ଚର୍ଚ୍ଚାରୁ ହଜିଗଲେଣି । ଆରଜେଡି ଗତ ନିର୍ବାଚନରେ ଶକ୍ତ ଝଟକା ପାଇବା ପରେ ସଂଘର୍ଷ କରୁଛି । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରଠାରୁ ଜେଡିୟୁକୁ ନେଇ ବି ନାନା ଆଶଙ୍କା ଦେଖା ଦେଲାଣି।
ପଢନ୍ତୁ ଏହି ଖବର: ବଦଳିଲା ଦେଶର ରାଜନୈତିକ ମାନଚିତ୍ର; ୭ରୁ ୨୨ ରାଜ୍ୟରେ ପହଞ୍ଚିଲା ପଦ୍ମ ଶିବିର
ରାଜନୈତିକ ବିଶେଷଜ୍ଞ ଅକ୍ଷୟ ସାହୁଙ୍କ ମତରେ, ୧୯୮୯ ପରବର୍ତ୍ତୀ ଆଞ୍ଚଳିକ ଦଳ ବୃଦ୍ଧିର ଯୁଗ ଏବେ ତଳମୁହାଁ ହେବାରେ ଲାଗିଛି। ସେତେବେଳେ ଭାରତରେ ମେଣ୍ଟ ରାଜନୀତି ପ୍ରାଧାନ୍ୟ ବିସ୍ତାର କରିଥିଲା । ସେହି ସମୟରେ ଗଠିତ ଏନ୍ଡିଏ ଓ ୟୁପିଏ ଭଳି ବହୁଦଳୀୟ ମେଣ୍ଟ । ଏହା ଆଞ୍ଚଳିକ ଦଳଗୁଡ଼ିକ ଉପରେ ନିର୍ଭର କରୁଥିଲା ହେଲେ ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ରାଜନୈତିକ ସ୍ଥିତି ଧୀରେ ଧୀରେ ବଦଳିବାରେ ଲାଗିଛି। ସ୍ବାଧୀନତା ପରେ କଂଗ୍ରେସ ଦଳ ସମଗ୍ର ଦେଶରେ ଏକ ଦୃଢ଼ ନିୟନ୍ତ୍ରଣ ରଖିଥିଲା | ୨୦୧୪ ମସିହାରୁ ଏହା ବିଜେପି ଆଡ଼କୁ ସ୍ଥାନାନ୍ତରିତ ହେଉଛି। ବିଜେପି ନିଜର ମୂଳଦୁଆକୁ ଏତେ ମଜବୁତ କରିଛି ଯେ ଅନେକ ଆଞ୍ଚଳିକ ଦଳର ମୂଳଦୁଆ ଦୋହଲି ଯାଇଛି। ପୁର୍ବ ଓ ପଶ୍ଚିମରୁ ଆରମ୍ଭ କରି ଉତ୍ତର ଓ ମଧ୍ୟ ଭାରତରେ ବିଜେପି ନିଜର ପ୍ରଭାବ ବିସ୍ତାର କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏମିତିରେ ଆଗକୁ ଓଡ଼ିଶାରେ ଆଞ୍ଚଳିକ ଦଳର ସ୍ଥିତି କ’ଣ ହେବ? ବିଜେଡି ବଳ ବଢ଼ିବ ନା ଛିଡ଼ିବ? ଏସବୁ ଚର୍ଚ୍ଚା ଭିତରେ ମହମ୍ମଦ ମୋକିମଙ୍କ ଓଡ଼ିଶା ଜନତା କଂଗ୍ରେସର ଭବିଷ୍ୟତକୁ ନେଇ ବହୁ ଆଶଙ୍କା । ଖାଲି ସେତିକି ନୁହେଁ, ବିଜୁ ଲିଗାସୀ ନେଇ ଯେଉଁ ନୂଆ ଦଳର ପରିକଳ୍ପନା ସମ୍ପର୍କରେ ଗତ କିଛି ମାସ ହେବ ଚର୍ଚ୍ଚା ଉଡ଼ି ବୁଲୁଛି, ତାହାକୁ ନେଇ ମଧ୍ୟ ଅନିଶ୍ଚିତତା।
Related Topics
Explore more stories