Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫେବୃଆରୀ ୮ରୁ ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚଳ

Odisha

ଫେବୃଆରୀ ୮ରୁ ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚଳ

Ritu Das
Browse all articles by Ritu Das
·2 years ago·1 min read
ଫେବୃଆରୀ ୮ରୁ ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚଳ

ଅର୍ଗସ ବ୍ୟୁରୋ: ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚଳ ନିଷ୍ପତ୍ତି ନିଆଯାଇ ପୁରୀରୁ 8 ଫେବୃଆରୀ ଠାରୁ ଏବଂ ସୋନପୁର ଠାରୁ 9 ଫେବୃଆରୀ 2024 ଠାରୁ ଚଳାଚଳ ନିଷ୍ପତ୍ତି ନିଆଯାଇଅଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଟ୍ରେନ ର ଶୁଭାରମ୍ଭ 3 ଫେବୃଆରୀ, 2024 ଦିନ କରାଯାଇଥିଲା। 18421 ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ପ୍ରତ୍ୟେକ ଗୁରୁବାର ଦିନ ପୁରୀରୁ ସନ୍ଧ୍ୟା 7 ଘ.35ମି.ରେ ଛାଡି ତା' ପରଦିନ ଭୋର 5 ଘ.30ମି.ରେ ସୋନପୁରରେ ପହଞ୍ଚିବ। 

ଫେରିବା ମାର୍ଗରେ, 18422 ସୋନପୁର-ପୁରୀ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ଦିନ ସୋନପୁରରୁ ସନ୍ଧ୍ୟା 7 ଘ.30ମି.ରେ ଛାଡି ଶନିବାର ସକାଳ 6 ଘ.55ମି.ରେ ପୁରୀରେ ପହଞ୍ଚିବ। ଏହି ଟ୍ରେନ ପୁରୀ ଏବଂ ସୋନପୁର ମଧ୍ୟରେ  ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ବିଛୁପାଲି, ଝାରତରଭା, ଏବଂ ନରସିଂହଗଡରେ ରହଣି କରିବ।

ଏହି ଟ୍ରେନରେ ଗୋଟିଏ ଏସି-2 ଟାୟାର, ସାତଟି ଏସି-3 ଟାୟାର, ଗୋଟିଏ ଏସି-3 ଟାୟାର ଇକୋନୋମି, ଛଅଟି ସ୍ଲିପର ଶ୍ରେଣୀ, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ଗାର୍ଡ, ଲଗେଜ୍ ତଥା ଦିବ୍ୟାଙ୍ଗଜନ କୋଚ୍ ଏବଂ ଗୋଟିଏ ଗାର୍ଡ, ଲଗେଜ୍ ତଥା ମୋଟର କୋଚ୍ ଉପଲବ୍ଧ ରହିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Regular operation | Argus News