Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ମାଣ ହେବ ବିଶ୍ବସ୍ତରୀୟ ଗୋଦାମଗୃହ, ସୁଦୃଢ଼ ହେବ ଭିତ୍ତିଭୂମି

Smruti Parija
Browse all articles by Smruti Parija
·1 year ago·1 min read
ନିର୍ମାଣ ହେବ ବିଶ୍ବସ୍ତରୀୟ ଗୋଦାମଗୃହ, ସୁଦୃଢ଼ ହେବ ଭିତ୍ତିଭୂମି

ଅର୍ଗସ ବ୍ୟୁରୋ: ଖୋଲା ଆକାଶ ତଳେ ଭିଜିବନି ଚାଷୀର ବହୁମୂଲ୍ୟ ଶସ୍ୟ।  ବୃହତ ଶସ୍ୟ ଗୋଦାମ ଯୋଜନାରେ ସାମିଲ ହୋଇଛି ରାଜ୍ୟର 58ଟି ପେକ୍ସ ଓ ଲ୍ୟାମ୍ପ୍ସ। ଏଥିପାଇଁ 107 କୋଟି ଟଙ୍କାର ଅନୁମୋଦନ କରିଛନ୍ତି ସରକାର। ସର୍ବନିମ୍ନ 500 ମେଟ୍ରିକ୍ ଟନରୁ 2500 ମେଟ୍ରିକ୍ ଟନ ପର୍ଯ୍ୟନ୍ତ ଏହି ପେକ୍ସ ଗୁଡ଼ିକର କ୍ଷମତା ରହିବ। ସେହିପରି ପଶ୍ଚିମ ଓଡ଼ିଶାର 7 ଜିଲ୍ଲାରେ 24ଟି ପେକ୍ସରେ ବିଶ୍ବର ଏହି ବୃହତ ଶସ୍ୟ ଗୋଦାମ ଯୋଜନା କାର୍ଯ୍ୟକାରୀ ହେବ। 

ଏହି ପେକ୍ସ ଗୁଡ଼ିକରେ ଗୋଦାମ ଗୃହ ନିର୍ମାଣ ହେବାସହ ୱେର ହାଉସ, ଡ୍ରେନଜ, ପାଚେରୀ, ରାସ୍ତା ଆଦି ସମସ୍ତ ବ୍ୟବସ୍ଥା କରାଯିବ। ପୂର୍ବ ସରକାରର 24 ବର୍ଷର ଶାସନ ପରେ ମଧ୍ୟ ଶସ୍ୟ ସଂରକ୍ଷଣ ପାଇଁ ନା ରହିଛି ବ୍ୟାପକ ବ୍ୟବସ୍ଥା ନା ସୁଦୃଢ ଅଛି ଭିତ୍ତିଭୂମି। ଗୋଦାମ ଗୃହ ନଥିବାରୁ ଚାଷୀ ଶୋଷଣର ଶିକାର ହେଉଛନ୍ତି। ରାଜ୍ୟରେ ବିଭିନ୍ନ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ପାଇଁ ଗୋଦାମ ଗୃହର ଆବଶ୍ୟକତା ବଢ଼ୁଥିବା ବେଳେ ଚାଷୀଙ୍କ ଦୁଃଖ ବୁଝିପାରି ଡବଲଇଞ୍ଜିନ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।  

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Reliable warehouses will be built, infrastructure will be strengthened | Argus News