Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦ୍ରାପଡା ଜିଲ୍ଲାରେ ଅଧିକ ଦିନ ରିଲିଫ ପରିଚାଳନା କରାଯିବ: କନକ ବର୍ଦ୍ଧନ ସିଂହଦେଓ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କେନ୍ଦ୍ରାପଡା ଜିଲ୍ଲାରେ ଅଧିକ ଦିନ ରିଲିଫ ପରିଚାଳନା କରାଯିବ: କନକ ବର୍ଦ୍ଧନ ସିଂହଦେଓ

ଅର୍ଗସ ବ୍ୟୁରୋ:  ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଓ ରାଜକନିକା ବ୍ଲକରେ ଅଧିକ ଦିନ ରିଲିଫ ପରିଚାଳନା କରାଯିବ ବୋଲି ଉପ ମୁଖମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି l ଏବେ ରାସ୍ତାଘାଟ ସଫେଇ କାମ ଦ୍ରୂତଗତିରେ ଚାଲିଛି l.ତେବେ ପରେ ଚାଷ କ୍ଷୟକ୍ଷତି ଆକଳନ କରାଯିବ ଏବଂ ଚାଷିଙ୍କୁ ଆବଶ୍ୟକ ସ୍ଥଳେ କ୍ଷତିପୂରଣ ଦିଆଯିବ ବୋଲି ଉପ ମୁଖମନ୍ତ୍ରୀ ସୂଚନା ଦେଇଛନ୍ତି l

ଦୁର୍ବଳ ହେଲା ଭୀଷଣ ବାତ୍ୟା ଦାନା।ଦୁର୍ବଳ ହୋଇ ଏକ ବାତ୍ୟାରେ ପରିଣତ ହେଲା।ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବାତ୍ୟା।ଗତ ରାତିରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି।ବର୍ତ୍ତମାନ ବାତ୍ୟା ଉତ୍ତର ଉପକୂଳ ଜିଲ୍ଲାରେ କେନ୍ଦ୍ରୀଭୂତ ହୋଇଛି।ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୦ କିମି ବେଗରେ ଗତି କରୁଛି ଦାନା।ଭଦ୍ରକରୁ ୩୦ କିମି ଉତ୍ତର ପୂର୍ବରେ ରହିଛି ବାତ୍ୟା। ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା। ଯାହା ଫଳରେ ଅନେକ କ୍ଷୟକ୍ଷତି ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Relief will be conducted in Kendrapara district for more days: Kanak Vardhan Singh Deo | Argus News