Remove Dham Tag / ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ଧାମ ଶବ୍ଦ, ଓଡ଼ିଶା ସରକାର ଆରମ୍ଭ କରିବେ ଉଦ୍ୟମ
·4 months ago·2 min read

Key Points
ଦିଘା ଜଗନ୍ନଥ ମନ୍ଦିରରୁ ହଟିବ ଧାମ ଶବ୍ଦ
ଓଡିଶା ସରକାର ଆରମ୍ଭ କରିବେ ଉଦ୍ୟମ
ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୁଚନା
ଓଡିଶା ସରକାର ଆରମ୍ଭ କରିବେ ଉଦ୍ୟମ
ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୁଚନା
୦୬/୦୫: ଭୁବନେଶ୍ବର: ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରେ ଦିଘା ଜଗନ୍ନଥ ମନ୍ଦିରରୁ ହଟିବ ଧାମ ଶବ୍ଦ। ସରକାର ଗଠନ ହେବା ପରେ ଓଡିଶା ସରକାର ଆରମ୍ଭ କରିବେ ଉଦ୍ୟମ। ଏନେଇ ସୂଚନା ଦେଇ କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସାରା ବିଶ୍ବରେ ହଜାର ହଜାର ଜଗନ୍ନାଥ ମନ୍ଦିର ଅଛି। କିନ୍ତୁ ସବୁ ଧାମ ନୁହେଁ। ଧାମ ଗୋଟିଏ । ଅନ୍ୟ ସବୁ ମନ୍ଦିର। ତେଣୁ ଦିଘା ଧାମ କୁ ନେଇ ଯେଉଁ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ହୋଇଛି ତାକୁ ସମାହିତ କରିବାକୁ ସରକାର ଉଦ୍ୟମ ଆରମ୍ଭ କରିବେ। ସରକାର ଗଠନ ହେବା ପରେ ଏନେଇ ଉଦ୍ୟମ କରାଯିବ। ମମତା ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଥିଲେ। ମହାପ୍ରଭୁଙ୍କ ବଙ୍ଗାଳୀ ଭକ୍ତଙ୍କୁ ପୁରୀ ଆସିବାକୁ ବାରଣ କରାଯାଇଥିଲା ତାର ଫଳ ସେ ଭୋଗିଛନ୍ତି ବୋଲି ରାଜସ୍ବମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି।
ଗତ ୨୦୨୫ରେ ଅକ୍ଷୟ ତୃତୀୟା ଦିନ ପଶ୍ଚିମବଙ୍ଗର ଦିଘାରେ ପ୍ରତିଷ୍ଠା ହୋଇଥିଲା ଜଗନ୍ନାଥ ମନ୍ଦିର। ପୁରୀ ଶ୍ରୀମନ୍ଦିରର ଅବିକଳ ନକଲରେ ଗଢ଼ାହୋଇଛି ଦିଘା ଜଗନ୍ନାଥ ମନ୍ଦିର । ୨୦ଏକର ଜମିରେ ଓ ୨୫୦କୋଟି ବ୍ୟୟରେ ନିର୍ମାଣ ହୋଇଛି ମନ୍ଦିର । ୨୦୧୯ ମସିହାରୁ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ମନ୍ଦିରକୁ 'ଜଗନ୍ନାଥ ଧାମ' ବୋଲି କହିଥିଲେ। ହେଲେ ପୁରୀ ଗଜପତି ଏହାକୁ ଅସ୍ୱୀକାର କରିଥିଲେ ଏହାକୁ ନେଇ ବିବାଦ ଓ ଦେଖାଦେଇଥିଲା।
ପଢନ୍ତୁ ଏହି ଖବର: ଚଳଚଞ୍ଚଳ ରଥଖଳା, ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାମ ଦେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କଡ଼ା ପ୍ରତିକ୍ରିୟା ଦେଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗର ତତକାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀକୁ ଚିଠି ଲେଖିଥିଲେ। ଆଦି ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ କହିଛନ୍ତି ଜଗନ୍ନାଥ ଧାମ ଆସ୍ଥା ବିଶ୍ୱାସ ସହିତ ଜଡ଼ିତ । କୌଣସି ବ୍ୟକ୍ତି କିମ୍ବା କୌଣସି ସରକାର ଧାମ କୁ ପରିବର୍ତ୍ତନ କରି ପାରିବେ ନାହିଁ। ମମତା ଅହଂକାରର ଚରମ ସୀମାରେ ଅଛନ୍ତି ଲୋକେ ତାର ଜବାବ ଦେବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜଗନ୍ନାଥ ମନ୍ଦିରକୁ ଧାମ୍ କହିବା ନେଇ ମମତାଙ୍କୁ କଡ଼ା ଟାର୍ଗେଟ କରିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆମ ସମସ୍ତେ ଜାଣିଛେ ପ୍ରଭୁ ଜଗନ୍ନାଥଙ୍କ ଧାମ କେଉଁଠି ଅଛି । କେଉଁ ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ଵ ନୁହେଁ, ଯେ କେଉଁଠି ଧାମ ତିଆରି କରିବା କି କେଉଁଠି ଶଙ୍କରାଚାର୍ଯ୍ୟଙ୍କୁ ରଖିବା କି କେଉଁ ସମୁଦ୍ରକୁ ନାମକରଣ କରିବା । ଏଥିପାଇଁ ହିନ୍ଦୁ ସଂସ୍କୃତିରେ ଅଲଗା ପରମ୍ପରା ଅଛି । ହିନ୍ଦୁ ସଂସ୍କୃତି, ପରମ୍ପରାକୁ ଯିଏ ଯେବେ ଛେଡଖାନି କରିଛି, ସିଏ ତାର ଫଳ ଭୋଗିଛି । ଏବେ ଯିଏ ଛେଡଖାନି କରୁଛି, ସିଏ ତାର ଫଳ ଭୋଗିବ ଅପେକ୍ଷା କରନ୍ତୁ ବୋଲି କହିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
Related Topics
Explore more stories