Videos
|
Odisha

ସିଏମଓ ୱେବସାଇଟ ଅଫିସର ଲିଷ୍ଟରେ ଏକ ନମ୍ବରରେ ଥିଲେ ପାଣ୍ଡିଆନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସିଏମଓ ୱେବସାଇଟ ଅଫିସର ଲିଷ୍ଟରେ ଏକ ନମ୍ବରରେ ଥିଲେ ପାଣ୍ଡିଆନ

ଅର୍ଗସ ବ୍ୟୁରୋ:  ଅର୍ଗସ୍ ପ୍ରଭାବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ତାଲିକାରୁ ହଟିଲେ ଭି. କେ ପାଣ୍ଡିଆନ। ସିଏମଓ ୱେବସାଇଟ ଅଫିସର ଲିଷ୍ଟରେ ଏକ ନମ୍ବରରେ ଥିଲେ ଭି.କେ. ପାଣ୍ଡିଆନ । ଏହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲା ବିଜେପି। କାର୍ଯ୍ୟାନୁଷ୍ଠାନ ପାଇଁ ହୋଇଥିଲା ଦାବି। ଏ ନେଇ ଅର୍ଗସରେ ଖବର ପ୍ରସାରଣ ପରେ ସିଏମଓ ୱେବସାଇଟର ଅଫିସର ଲିଷ୍ଟରୁ ପାଣ୍ଡିଆନଙ୍କ ନାଁ ହଟାଇ ଦିଆଯାଇଛି। ପାଣ୍ଡିଆନ ରାଜନୈତିକ ନେତା ନା ଅଫିସର  ଏ ନେଇ ପ୍ରଶ୍ନ କରିଥିଲା ବିଜେପି।

ସିଏମଓ ୱେବ ସାଇଟ ଅଫିସର ଲିଷ୍ଟରେ କେମିତି ଅଛନ୍ତି ଭି.କେ. ପାଣ୍ଡିଆନ ? ସମଗ୍ର ଦେଶରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ସିଏମଓ ଅଫିସର ତାଲିକାରେ ପାଣ୍ଡିଆନଙ୍କ ନାଁ କେମିତି ରହିଛି । ଅଫିସର ଲିଷ୍ଟରେ ରହି ବିଜେଡିର ଦଳୀୟ କାର୍ଯ୍ୟକ୍ରମ, ଟିକେଟ ବଣ୍ଟନରେ ପ୍ରମୁଖ ଭୂମିକା ଏବଂ ନିର୍ବାଚନ ପରିଚାଳନା କରିପାରିବେ କି ? ଏହାକୁ ନେଇ ପ୍ରଶ୍ନ ଉଠାଇଥିଲା ବିଜେପି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଟିକେଟ ବାଣ୍ଟିବା କିମ୍ବା ଦଳୀୟ ସଭାରେ ଭାଷଣ ଦେବା କେବେ ଅନ୍ୟ କୌଣସି ରାଜ୍ୟରେ ଦେଖାଯାଇ ନାହିଁ । ପାଣ୍ଡିଆନ ଅଫିସର ନା ନେତା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଥିଲା ବିଜେପି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: