Videos
|
Odisha

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଣ୍ଠଶିଳ୍ପୀ ଶାନ୍ତିଲତାଙ୍କ ହେଲା ଶେଷକୃତ୍ୟ

Jitendra Dash
Browse all articles by Jitendra Dash
·2 years ago·2 min read
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଣ୍ଠଶିଳ୍ପୀ ଶାନ୍ତିଲତାଙ୍କ ହେଲା ଶେଷକୃତ୍ୟ

ଅର୍ଗସ ବ୍ୟୁରୋ : ପଞ୍ଚଭୂତରେ ଲୀନ ହେଲେ ଓଡିଶାର ବରିଷ୍ଠ ଭକ୍ତି ସଂଗୀତ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱର୍ଗତଃ ଶାନ୍ତିଲତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ବଡ ପୁଅ ଅଭିନାଶ ଛୋଟରାୟ ମୁଖାଗ୍ନି ପ୍ରଦାନ କରିଛନ୍ତି । ଦୀର୍ଘଦିନ ହେବ ସେ କ୍ୟାନ୍ସର ରୋଗରେ ପୀଡିତ ହୋଇଥିବା ବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । 

ତେବେ ଆଜି ଶାନ୍ତିଲତାଙ୍କ ପାର୍ଥିବ ଶରୀର ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଅନେକ ଶୁଭେଛୁ ଓ ପ୍ରଶଂସକ ମାନେ ତାଙ୍କୁ ଶେଷ ଦର୍ଶନ କରିବା ସହ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।

ଅଧିକ ପଢନ୍ତୁ : ତାଙ୍କର ବିୟୋଗରେ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଛି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଂଗୀତର ଜଣେ ଅତି ପରିଚିତ ନାଁ । ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ । ନିଜ କଣ୍ଠର ଯାଦୁଗରୀରେ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ଭଗବାନ ଚେତନା ସୃଷ୍ଟି କରିଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ଶାନ୍ତି ଧାମରେ ଶାନ୍ତିଲତା : ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବିଶିଷ୍ଟ କଣ୍ଠଶିଳ୍ପୀ

କୋଟିକୋଟି ଓଡ଼ିଆଙ୍କ ହୃଦୟରେ ସେ ଗ୍ରହଣ କରିଥିଲେ ସ୍ବତନ୍ତ୍ର ସ୍ଥାନ। ଶାନ୍ତିଲତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇଥିଲା। ‘ହେ ଚକାନୟନ’, ‘ମୁଁ ଯେ ଦେଉଳ ବେଢ଼ା ଦୀପ,’ ‘ଏକା ମୋ ଜଗା ସବୁରି ମୂଳ,’ ଆଦି ହେଉଛି ଶାନ୍ତିଲତାଙ୍କ ଜନପ୍ରିୟ ଭଜନ। ତାଙ୍କର ଅଧିକାଂଶ ଗୀତ କାଳିଆ ସାଆନ୍ତ ଏବଂ ଶ୍ରୀକୃଷ୍ଣଙ୍କ ଲାଗି ସମର୍ପିତ। ଭକ୍ତି ସଂଗୀତର ଯାଦୁକରୀରେ ସେ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଛନ୍ତି।

Renowned Odia Bhajan singer Santilata Barik passes away | Argus News