Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସେବେ ବିଜେପୁର ଏବେ କଣ୍ଟାବାଞ୍ଝିରୁ ନବୀନଙ୍କ ପାର୍ଥିତ୍ବକୁ ନେଇ ଚର୍ଚ୍ଚା

Manini Pattanayak
Browse all articles by Manini Pattanayak
·2 years ago·2 min read
ସେବେ ବିଜେପୁର ଏବେ କଣ୍ଟାବାଞ୍ଝିରୁ ନବୀନଙ୍କ ପାର୍ଥିତ୍ବକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର:  24ରେ 19ର ପୁନରାବୃତ୍ତି । ପଶ୍ଚିମରେ ପଦ୍ମକୁ ଚେକ୍ ପାଇଁ, ଦୁଇଟି ଆସନରେ ଲଢିବେ ବିଜେଡି ସୁପ୍ରିମୋ । ସେବେ ବିଜେପୁର ଏବେ କଣ୍ଟାବାଞ୍ଝିରୁ ପ୍ରାର୍ଥୀ ହେବେ ନବୀନ । 19ରେ ପଶ୍ଚିମରୁ ଲଢିବା ସତ୍ତ୍ବେ ଲୋକସଭାରେ ମୋଦି ଲହରକୁ ରୋକିପାରିନଥିଲା ବିଜେଡି । ପଦ୍ମ ପୋଛି ନେଇଥିଲା 5ରୁ 5 ଆସନ । କୁଆଡେ ଗଲା ନବୀନଙ୍କ ବିଜେପୁର ବିକାଶର ଦାୟିତ୍ବ, କେତେ ଦୂର ପୂରଣ ହେଲା ପ୍ରତିଶ୍ରୁତି  । ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥି ତାଲିକାରେ ମାଷ୍ଟ୍ର ଷ୍ଟ୍ରୋକ୍ ଖେଳିଛନ୍ତି ନବୀନ । ଦଳର ଭୋଟ୍ ବ୍ୟାଙ୍କ ବଞ୍ଚାଇବାକୁ ପୁଣି ଥରେ ପଶ୍ଚିମ ଓଡିଶାରୁ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ । ଏଥର ବିଜେପୁର ବଦଳରେ କଣ୍ଟାବାଞ୍ଝିରୁ ନିର୍ବାଚନ ଲଢିବେ ନବୀନ ପଟ୍ଟନାୟକ । 2019ରେ ସମାନ ଢଙ୍ଗରେ ହିଞ୍ଜିଳି ଓ ବିଜେପୁର ଲଢିବା ସହ ବିଜେପୁର ବିକାଶର ବଡ ପ୍ରତିଶ୍ରୁତି ଦେଇଥିଲେ ବିଜେଡି ମୁଖିଆ । ଭୋଟ ବ୍ୟାଙ୍କ ବଞ୍ଚାଇବାକୁ ସବୁ ଚେଷ୍ଟା ସ୍ବତେ ମଧ୍ୟ ପଶ୍ଚିମ ଓଡିଶାର 5 କୁ 5 ଲୋକସଭା ଆସନ ସେମେତ 8 ବିଧାନସଭା ଆସନ ଚାଲିଯାଇଥିଲା ବିଜେପି ଖାତାକୁ ।

ଯେଉଁଥିପାଇଁ 24 ନିର୍ବାଚନ ରେ ବିଜେଡିକୁ ଅଧିକ ଘାରିଛି ପଶ୍ଚିମ ଓଡିଶା ଚିନ୍ତା । ମୁଖିଆଙ୍କୁ ପୁଣି ଥରେ ମଇଦାନକୁ ଓହ୍ଲାଇ ମୋଦି ଲହର କାଟିବା ସହ ସମ୍ମାନ ବଞ୍ଚାଇବାକୁ ପ୍ରାଣମୂଛା ଉଦ୍ୟମ ଚଳାଇଛି ବିଜେଡି । ତେବେ ବିରୋଧୀ ପ୍ରଶ୍ନ କରିଛନ୍ତି ସବୁ ଗାଁ କୁ ସ୍ବଛ ପାନୀୟ ଜଳ, ସବୁ ସିଏଚସିରେ ଉନ୍ନତ ମାନର ଚିକିତ୍ସା,ବରପାଲିରେ ଫ୍ଲାଏ ଓଭର ବ୍ରିଜ୍, ବିଜେପୁରରୁ ଭଲ ବସ ଷ୍ଟାଣ୍ଡ, ବିଜେପୁରର ସବୁ ଗାଁକୁ ରାସ୍ତା ଓ ବିଜୁଳି, ବିଜେପୁରର ସିଭିଲ କୋର୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ, ଗାଇସିଲଟରେ ଚାହିଦା ମୂତାବକ ଜଳ ସେଚନ, ଚାଷୀଙ୍କୁ ଇନପୁଟ ସବସିଡି କୂଆଡେ ଗଲା ।  ଏହା ସହ ପଶ୍ଚିମ ଓଡଶାର ଦାଦନ  ମୁଖ୍ୟ ପ୍ରସଙ୍ଗ ହୋଇ ଉଭାହୋଇଥିବା ବେଳେ  5 ବର୍ଷ ଭିତରେ ଲୋକଙ୍କୁ କାମ ଦେବାରେ ମୁଖ୍ୟମନ୍ତ୍ରୀ କଣ କରିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ... ଶିକ୍ଷା, ସ୍ବାସ୍ଥ୍ୟ , ଗମନାଗମନ କ୍ଷେତ୍ରରେ ପଛରେ ପଡିଛି ପଶ୍ଚିମ ଓଡିଶା।

ସେପଟେ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁର ବିଜେଡିର ସମୀକରଣକୁ ନେଇ ଚର୍ଚ୍ଚା ବି ଜୋର । ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅସନ୍ତୋଷ ଓ ଜିଦ୍ ଆଗରେ ଶେଷରେ ମୁଣ୍ଡ ନୁଆଁଇଛି ବିଜେଡି । ପୂର୍ବ ଘୋଷଣାକୁ କରାଯାଇଛି ପରିବର୍ତ୍ତନ । ସମ୍ବଲପୁର ପରିବର୍ତ୍ତେ ରେଢାଖୋଲରୁ ନିର୍ବାଚନ ଲଢିବେ ପ୍ରସନ୍ନ ଆଚାର୍ଯ୍ୟ ଏବଂ ରେଢାଖୋଲ ପରିବର୍ତ୍ତେ ସମ୍ବଲପୁରରୁ ନିର୍ବାଚନ ଲଢିବେ ରୋହିତ ପୂଜାରି । ତେବେ ସମ୍ବଲପୁର ପାଇଁ ଆଶାୟୀ ଥିବା ରାଶେସ୍ବରୀ ପାଣିଗ୍ରାହୀ ରୋହିତଙ୍କୁ ଜୋରଦାର ବିରୋଧ କରୁଥିବା ବେଳେ ପ୍ରସନ୍ନଙ୍କୁ ରୋହିତ ଯଦି ରେଢାଖୋଲରେ ଭିତିରି ବିରୋଧ କରନ୍ତି ସମ୍ବଲପୁର ବିଜେଡି ସମୀକରଣ କଣ ହେବ ତାକୁ ନେଇ ସୃଷ୍ଟି ହୋଇଛି ଶଙ୍କା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶ ଓ୍ବାନ ନେସନ ଓ୍ବାନ ଇଲେକସନ୍ ପାଇଁ କାର୍ଯ୍ୟ କରୁଥିବା ବେଳେ ନବୀନ ଦୁଇଟି ସ୍ଥାନରୁ ଛିଡା ହୋଇ ଗୋଟିଏ ଆସନ ଛାଡିବା ଆଉଁ ପୁଣିଥରେ ଉପନିର୍ବାଚନ କରାଇବା କେତେ ଦୂର ଯୁକ୍ତି ଯୁକ୍ତ । ଉପ ନିର୍ବାଚନ କରି ରାଜ୍ୟ ରାଜକୋଷରୁ ପୁଳା ପୁଳା ଟଙ୍କା ଖର୍ଚ୍ଚ କରିବା ଆଉ ଆଚରଣ ବିଧି ଲାଗୁ ହେବା ଦ୍ବାରା ମାସାଧିକ କାଳ ବିକାଶ କାମ ଠପ୍ କରାଇବା କଣ ଜଣେ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ କାମ କି ? 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
Repeat 19 in 24. BJD Supreme will contest in two seats to check the Padma in the West | Argus News