କଣ୍ଟାମାଳ: ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ
·2 years ago·1 min read

ଅର୍ଗସ ବ୍ୟୁରୋ: କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ । ଆସନ୍ତାକାଲି ପୁନର୍ବାର ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳର ଦୁଇ ବୁଥରେ ହିଂସା ଓ ବୁଥ ରିଗିଂ ଉଦ୍ୟମ ଅଭିଯୋଗ ହୋଇଥିଲା ।
କଣ୍ଟାମାଳ ମହେଶ୍ବରପିଣ୍ଡାର 28 ନମ୍ବର ବୁଥରେ ବିଜେପି କର୍ମୀ ଓ ଭୋଟରଙ୍କ ଉପରେ ଲାଠି ମାଡ଼ ସହ ରବର ବୁଲେଟ୍ ଚଳାଇଥିଲା ପୋଲିସ । ପୋଲିସ ମାଡ଼ରେ ମହିଳାଙ୍କ ସମେତ 5 ଜଣ ଗୁରୁତର ହୋଇଥିଲେ । ବିଜେଡି ଗୁଣ୍ଡା ବୁଥରେ ପଶି ଲୋକଙ୍କୁ ବିଜେଡିରେ ଭୋଟ ଦେବାକୁ ଧମକ ଦେଉଥିବା ନେଇ ରାଜ୍ୟ ନିର୍ବାଚନ କମିଶନ ଓ ଜାତୀୟ ନିର୍ବାଚନରେ ଅଭିଯୋଗ କରିଥିଲା ବିଜେପି । ପୁନଃ ମତଦାନ ଦାବି କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେପି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
