ସାର୍ବଜନୀନ ହେବ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟା ରିପୋର୍ଟ: ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ସାର୍ବଜନୀନ ହେବ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟା ରିପୋର୍ଟ ! । ସ୍ୱାମୀଜୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରିବା ପାଇଁ ଖୁବ୍ଶୀଘ୍ର ନିଷ୍ପତ୍ତି ନେବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଏ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ସରକାର କ'ଣ କରିବେ ଶୀଘ୍ର ନିଷ୍ପତ୍ତି ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଯେଉଁ କଥା ଆମେ ବିଗତ ଦିନରେ କହିଥିଲୁ ତାହା ପାଳନ କରିବୁ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।
ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୭ ତମ ବଳିଦାନ ଦିବସ । ସୁସଜ୍ଜିତ ସାଙ୍ଗକୁ ଚଳଚଞ୍ଚଳ ହୋଇଛି କନ୍ଧମାଳ ସ୍ଥିତ ଜଳେଶପଟ୍ଟା ଓ ଚକାପାଦ ଆଶ୍ରମ । ଆଶ୍ରମ ଛାତ୍ରୀ, ସଦସ୍ୟ, ବିଶ୍ବ ହିନ୍ଦୁ ପରିଷଦ ସଦସ୍ୟ, ଅଞ୍ଚଳବାସୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ନୀତିକାନ୍ତି ମୁତାବକ ନାମ ସଂକୀର୍ତ୍ତନ ଶହ କଳସ ଯାତ୍ରା, ଗୋପୂଜା, ସ୍ଵାମୀଜୀଙ୍କ ସମାଧିରେ ଜଳ ଅଭିଷେକ କାର୍ଯ୍ୟକ୍ରମ ରହିଥିବାବେଳେ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି । ଜଳେଶପଟ୍ଟା ଆଶ୍ରମରେ ପହଞ୍ଚିଛନ୍ତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଓ ରବି ନାରାୟଣ ନାୟକ। କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ହାଇଆଲର୍ଟରେ ରହିଛି କନ୍ଧମାଳ ପୋଲିସ୍ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: