Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁଣି ଅଜଣା ଜନ୍ତୁ ଉଦ୍ଧାର, ହେପାଜତକୁ ନେଲା ବନ ବିଭାଗ

Odisha

ପୁଣି ଅଜଣା ଜନ୍ତୁ ଉଦ୍ଧାର, ହେପାଜତକୁ ନେଲା ବନ ବିଭାଗ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପୁଣି ଅଜଣା ଜନ୍ତୁ ଉଦ୍ଧାର, ହେପାଜତକୁ ନେଲା ବନ ବିଭାଗ

ଅର୍ଗସ ବ୍ୟୁରୋ: ଜଳେଶ୍ୱରରେ ଅଜଣା ଜନ୍ତୁ ଉଦ୍ଧାର । ବ୍ଲକ ସୁଗୋ ଗ୍ରାମରେ ଏକ ପୋଖରୀ ହୁଡାରେ ଆଜି ସକାଳେ କିଛି ଲୋକ ଏହି ଜନ୍ତୁକୁ ଦେଖିବାକୁ ପାଇଥିଲେ । ସେହି  ଗ୍ରାମର ପ୍ରଶାନ୍ତ ଜେନା ନାମକ ଜଣେ ଯୁବକ ଏହି ଜନ୍ତୁ କୁ ଉଦ୍ଧାର କରି ରଖିବା ପରେ ଜଳେଶ୍ବର ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇଁ ଜଳେଶ୍ୱର ବନ ବିଭାଗ ପହଞ୍ଚି ଏହି ଜନ୍ତୁଟିକୁ ନିଜ ହେପାଜତକୁ ନେଇଛି।

ଏହାର ଲମ୍ବ ୨ ରୁ ୨.୫ ଫୁଟ ଥିବା ଜଣାପଡ଼ିଛି । ତେବେ ବନ ବିଭାଗ ଏହା ଗୋଟିଏ  ଭିବ୍ରେକୁଲା ଇଣ୍ଡିକାର ବୋଲି କହିଛି। ଏହା ମଣିଷଙ୍କ ପାଇଁ କୌଣସି କ୍ଷତି କାରକ ନୁହେଁ ,ତେଣୁ କିଛି ଭୟବୀତ ହେବାର ନାହିଁ ବୋଲି ସ୍ପଷ୍ଟ କରିଛି । ଏହି ଜନ୍ତୁର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରାଯିବା ପରେ ସ୍ଥାନୀୟ ଜଙ୍ଗଲରେ ଛଡା ଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rescue of unknown animal in Jaleswar | Argus News