Stone Mine Blast / ଖଣିରେ ଭୟଙ୍କର ବିସ୍ଫୋରଣ ଘଟଣା: ଉଦ୍ଧାର କାର୍ଯ୍ୟ ଜାରି
·8 months ago·2 min read

Key Points
ଢେଙ୍କାନାଳ ଖଣିରେ ଭୟଙ୍କର ବିସ୍ଫୋରଣ ଘଟଣା ।
ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହେଲା ୨ ଶ୍ରମିକଙ୍କ ମୃତଦେହ ।
ଓଡ୍ରାଫ ଓ ଫାୟାର ଟିମର ଉଦ୍ଧାର କାର୍ଯ୍ୟ ଜାରି ।

ପଥର ତଳେ ଶ୍ରମିକ...ଢ଼େଙ୍କାନାଳ ମୋଟଙ୍ଗା ଥାନା ଗୋପାଳପୁର ଗାଁ ଅଂଚଳରେ ବିସ୍ଫୋରଣ ଘଟଣାରେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ୨ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । କଳା ମୁଗୁନି ପଥର ଖଣିରେ ବ୍ଲାଷ୍ଟିଙ୍ଗ ସମୟରେ ଗତକାଲି ଅଘଟଣ ଘଟିଥିଲା ।
ଏକାଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମାତ୍ର କେତେ ଶ୍ରମିକଙ୍କ ଜୀବନ ଯାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଓଡ୍ରାଫ, ଫାୟାର ଟିମ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ୩ଟି ମେସିନ ସାହାର୍ଯ୍ୟରେ ଉଦ୍ଧାର କରାଯାଉଛି । ଜିଲ୍ଲାପାଳ ଓ ଏସ୍ପି ଘଟଣା ସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ।
ଏଥିସହ ପଢ଼ନ୍ତୁ: ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ; ଚାଲିଗଲା ୪ ଶ୍ରମିକଙ୍କ ଜୀବନ
ସୂଚନାନୁଯାୟୀ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ପଞ୍ଚାୟତର ଗୋପାଳପୁର ଗ୍ରାମ ନିକଟରେ ବିସ୍ପୋରଣ ପରେ ପଥର ଅତଡା ଖସି ଗତକାଲି ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଆଜି ସକାଳେ ଘଟଣାସ୍ଥଳରେ ଢେ଼ଙ୍କାନାଳ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଉପଜିଲ୍ଲାପାଳ, ତହସିଲଦାର ମୋଟଙ୍ଗା ପୁଲିସ ପହଞ୍ଚି ଖଣି ମଧ୍ୟରେ ନିରୀକ୍ଷଣ କରିବା ସହିତ ତଦନ୍ତ ଆରମ୍ଭ କରୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶନିବାର ଏକ କଳା ମୁଗୁନି ପଥର ଖାଦାନରେ ବିସ୍ଫୋରଣ ଘଟି ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା । କିଛି ଶ୍ରମିକ ଆହତ ହୋଇଛନ୍ତି । ମୃତ ଶ୍ରମିକମାନେ ଦେବଗଡ଼ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖବରପାଇ ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ଶ୍ରମିକଙ୍କ ମୃତଦେହ ଲୁଚାଇ ଦିଆଯାଇଛି କିମ୍ବା ଅନ୍ୟତ୍ର ନେଇ ଯାଇଥିବା ସନ୍ଦେହ କରାଯାଉଛି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କୁହାଯାଉଛି ।
Related Topics
Explore more stories