Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଦଳରେ ଭର୍ତ୍ତି ସାଳନ୍ଦୀ ନଦୀ, ଜଳ ପ୍ରବାହ ବାଧାପ୍ରାପ୍ତ

Odisha

ଦଳରେ ଭର୍ତ୍ତି ସାଳନ୍ଦୀ ନଦୀ, ଜଳ ପ୍ରବାହ ବାଧାପ୍ରାପ୍ତ

Manini Pattanayak
Browse all articles by Manini Pattanayak
·1 year ago·2 min read
ଦଳରେ ଭର୍ତ୍ତି ସାଳନ୍ଦୀ ନଦୀ, ଜଳ ପ୍ରବାହ ବାଧାପ୍ରାପ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଲାଇଫ୍ ଲାଇନ କୁହାଯାଉଥିବା ସାଳନ୍ଦୀ ନଦୀରେ ଭର୍ତ୍ତି ହୋଇଛି ଦଳ । ନଦୀରେ ପାଣି ନିଷ୍କାସନ ସମସ୍ୟା ହେଉଥିବାରୁ ସମ୍ଭାବ୍ୟ ବନ୍ୟା ନେଇ ଚିନ୍ତାରେ ଭଦ୍ରକ ସହରବାସୀ । ଶହ ଶହ କୋଟି ଟଙ୍କାର ସାଳନ୍ଦୀ ସଂସ୍କାର ଯୋଜନା ବନ୍ଦ ହେବା ପରେ ଏହି ନଦୀ ଏବେ ପୁଣି ପୂର୍ବ ରୂପକୁ ଫେରି ପାଇଛି । ସଫେଇ ନାଁରେ ସାଳନ୍ଦୀ ଜଳସେଚନ ବିଭାଗ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି, କିନ୍ତୁ ଫଳ ଶୂନ ।  ଭଦ୍ରକ ଜିଲ୍ଲାର ଜୀବନରେଖା ସାଳନ୍ଦୀ ନଦୀ। ମୟୂରଭଞ୍ଜ ଜିଲ୍ଲାର ମେଘାସନ ପର୍ବତରୁ ବାହାରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ବଙ୍ଗାଳୀ ଦପାଠାରେ ବୈତରଣୀ ନଦୀରେ ମିଶିଛି ସାଳନ୍ଦୀ । ଏହି ନଦୀର ପାଣି ଉପରେ ନିର୍ଭର କରନ୍ତି ଜିଲ୍ଲାର ଲକ୍ଷାଧିକ ଚାଷୀ । ପୁଣି ବେଦାନ୍ତ ଫେକର ଭଳି ଶିଳ୍ପ ସଂସ୍ଥା ଓ ବହୁ କ୍ଷୁଦ୍ର ଉଦ୍ୟେଗୀଙ୍କ କାମରେ ବି ଆସୁଛି ଏହି ନଦୀ ଜଳ। ହେଲେ ପ୍ରାଶାସନିକ ଶିଥିଳତା କାରଣରୁ ଏବେ ଏହି ନଦୀ ସଂକଟରେ ପଡ଼ିଛି। ଦଳରେ ଭର୍ତ୍ତି ନଦୀ ଗର୍ଭ। ଜଳସ୍ରୋତ ପ୍ରଭାବିତ ହେଉଛି। ଫଳରେ ଏବେ ବର୍ଷା ଦିନରେ ସୃଷ୍ଟି ହୋଇଛି ବନ୍ୟା ବିପଦ। ପ୍ରତିବର୍ଷ ଦଳ ସଫେଇ ନାଁରେ ଜଳସେଚନ ବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରେ। କିନ୍ତୁ କିଛି ପୋଲ, କଲଭର୍ଟ ମୁହଁରୁ ଦଳ ସଫାରେ କାମ ସରିଯାଏ। 

ଗୋଟାଏ ପଟେ ନଦୀ ପଥରେ ବେଆଇନ ଅବରୋଧ, ଅନ୍ୟପଟେ ପୌରପାଳିକାର ଅଧିକାଂଶ ଡ୍ରେନ୍ ସିଧା ସଳଖ ନଦୀକୁ ଛଡ଼ା ଯାଉଛି । ଭଦ୍ରକ ପୌରପାଳିକାର ଜଗନ୍ନାଥପୁର, ମଠସାହି, କୁଆଁସ, ବଙ୍କସାହି, ଅସ୍ତଳ, ପୁରୁଣା ବଜାର, ସନ୍ଥିଆ ଅଞ୍ଚଳର ଆବର୍ଜନାମୟ ଡ୍ରେନ୍ ପାଣି ସିଧାସଳଖ ସାଳନ୍ଦୀରେ ମିଶୁଛି । ଯାହାକି ସାଳନ୍ଦୀରେ ବଢୁଥିବା ଦଳକୁ ବଳ ଯୋଗାଉଛି । ଅନ୍ୟପଟେ ନଦୀ ଜଳ ଦୂଷିତ ହୋଇ ଜିଲ୍ଲାବାସୀଙ୍କ ପାଇଁ ବିପଦର କାରଣ ପାଲଟିଛି । ସାଳନ୍ଦୀର ଉପର ମୁଣ୍ଡରେ ହଦଗଡ଼ ଡ୍ୟାମ ନିର୍ମାଣ ପରେ ସାଳନ୍ଦୀ ନଦୀରେ ସ୍ୱାଭାବିକ ଜଳ ପ୍ରବାହ ହ୍ରାସ ପାଇଛି । ପୁଣି କ୍ଷୁଦ୍ର ଶିଳ୍ପ ସଂସ୍ଥାକୁ ନଦୀ ପାଣି ମନଇଚ୍ଛା ବିକ୍ରି କରିବା ଫଳରେ ନଦୀର ଜଳ ସ୍ତର ହ୍ରାସ ପାଉଛି।  ଯାହାକୁ ନେଇ ଆନ୍ଦୋଳନ କରିଆସୁଛି  ସାଳନ୍ଦୀ ବଞ୍ଚାଅ ସଂଗଠନ । ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ। ନଦୀକୁ ଅବରୋଧ ମୁକ୍ତ କରିବାକୁ ନିଆଯିବ ପଦକ୍ଷେପ।   ସବୁଜ ଦଳରେ ଭର୍ତ୍ତି ସାଳନ୍ଦୀ ନଦୀକୁ ତୁରନ୍ତ ସଫେଇ କରାନଗଲେ ଭଦ୍ରକ ସହର ସମେତ ନଦୀ କୁଳିଆ ଅନ୍ୟ ଅଞ୍ଚଳ ବନ୍ୟା ପ୍ଲାବିତ ହେବ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Residents of Bhadrak are worried about possible floods due to the problem of water drainage in the river | Argus News