Videos
|
Odisha

ମୌଳିକ ସୁବିଧାରୁ ବଞ୍ଚିତ ତଳଗଲୁରର ୫ ଖଣ୍ଡ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୌଳିକ ସୁବିଧାରୁ ବଞ୍ଚିତ ତଳଗଲୁରର ୫ ଖଣ୍ଡ ଗ୍ରାମବାସୀ

ଅର୍ଗସ ବ୍ୟୁରୋ:  ବଣ ପାହାଡ ଘେରା ଦୁର୍ଗମ ଅଞ୍ଚଳରେ ବାଧକ ସାଜିଛି ଘାଟିରାସ୍ତା । ସ୍ବାଧିନତାର ୭୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । କୋରାପୁଟ ପଟାଙ୍ଗିର ଦୁର୍ଗମ ଅଞ୍ଚଳକୁ ବିକାଶ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି । ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଅତି ଜରୁରୀ ସେବା ପହଞ୍ଚି ପାରୁନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଦୁର୍ଗମର ଏଭଳି ଅଭିଶପ୍ତ ଗାଁ ହେଉଛି କୋରାପୁଟ ତଳଗଲୁର ପଂଚାୟତର ପାଞ୍ଚ ଗାଁ । ମେଟାପାଡୁ, ବାନ୍ଦାଗୁଡ଼ି, ପଣକିମେଟୁ, ଦରଙ୍ଗପାଡୁ ଗାଁକୁ ପହଞ୍ଚି ପାରିନି ବିକାଶ ଗାଡି l ଗାଁ ଚାରି ପାଖରେ ପାହାଡ଼ ପର୍ବତ ଘେରା ହୋଇ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଏଠି ପହଞ୍ଚି ପାରୁନି ବିକାଶ। ଗାଁ ଗୁଡିକୁ ଯିବା ପାଇଁ ଆଜି ଯାଏଁ ରାସ୍ତା ଖଣ୍ଡେ ନାହିଁ। ନିଜସ୍ବ ଉଦ୍ୟମରେ ଗ୍ରାମବାସୀ ପାହାଡ଼କୁ ଖୋଳି ପାଦ ଚଲା ରାସ୍ତା କରି ଏଥିରେ ଯିବାଆସିବା କରୁଛନ୍ତି।

ଗାଁକୁ ଯିବାକୁ ହେଲେ ଗୋଡି ମାଟି ଏବଂ ପଥୁରିଆ ପାଦ ଚଲା ରାସ୍ତା ଦେଇ ଯିବାକୁ ପଡ଼େ। ରାସ୍ତା ଏମିତି ଯେଉଁଠି ପାଦେପାଦେ ରହିଛି ବିପଦ। ଏହି ରାସ୍ତାରେ ପ୍ରତିଦିନ ଜୀବନକୁ ବାଜିରେ ଲଗାଇ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ। ରାସ୍ତା ପାଇଂ ବାରମ୍ବାର ପ୍ରଶାସନ ସହ ସ୍ଥାନୀୟ ନେତାଙ୍କ ପାଖରେ ଦାବି ହୋଇ ଆସୁଥିଲେ ଶୁଦ୍ଧା ପ୍ରଶାସନ ଦାବି ପୁରଣ କରୁ ନଥିବା ଅଭିଯୋଗ ହୋଇଛି।

ବଣ ପାହାଡ ଘେରା ଅଞ୍ଚଳରେ ପହଞ୍ଚି ପାରିନି ସରକାରଙ୍କ ବିକାଶର ଗାଡି । ବିଶେଷ ଭାବରେ ସୀମାନ୍ତରେ ଥିବା ଅନେକ ଆଦିବାସୀ ଅଧ୍ୟୁଷିତ ଗାଁକୁ ପକ୍କା ରାସ୍ତା ସଂଯୋଗ ହୋଇ ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ତେବେ ପୂର୍ବ ସରକାର ପ୍ରତିଶ୍ରୁତି ନାଁରେ ପ୍ରତାରଣା ଦେଇଥିବା ବେଳେ ନୁଆ ସରକାରଙ୍କ ପାଖରୁ ବିକାଶର ଆଶା ବାନ୍ଧିଛନ୍ତି ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Residents of five villages in Telugu deprived of basic amenities | Argus News