Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଣୀ ନଦୀ ଆଁରେ ପଦନିପାଳ ପଞ୍ଚାୟତବାସୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାଣୀ ନଦୀ ଆଁରେ ପଦନିପାଳ ପଞ୍ଚାୟତବାସୀ

ଅର୍ଗସ ବ୍ୟୁରୋ:  ନଦୀ ଗର୍ଭରେ ଲିନ ହେବାକୁ ଯାଉଛି ଆଳି ବ୍ଲକ୍‌ ପଦନିପାଳ ପଞ୍ଚାୟତର ଏକଧିକ ଗାଁ।  ଗାଁ ଆଡ଼କୁ ପ୍ରତିଦିନ ମାଡ଼ି ଆସୁଛି କାଣୀନଦୀ। ପଞ୍ଚାୟତର ଗୋଟେପଟେ କାଣୀନଦୀ ରହିଥିବା ବେଳେ ଅପର ପଟେ ରହିଛି ଖରସ୍ରୋତା ନଦୀ। ଚିନ୍ତାର ବିଷୟ ହେଲା ଦିନକୁ ଦିନ କାଣୀନଦୀର ପ୍ରାୟ ୫୦ ଫୁଟ୍‌ ଅତଡ଼ା ଖସୁଛି। ଆଉ ଚଳିତ ବାତ୍ୟାରେ ପାଖି ପାଖି ୧୨୦ ଫୁଟ ଖସିଛି ଅତଡ଼ା। ଫଳରେ ଆତଙ୍କିତ ଗ୍ରାମ ବାସୀ। 20  ବର୍ଷ ପୂର୍ବେ ଗାଁ ଠାରୁ 500 ମିଟର ଦୂରରେ ଥିବା କାଣୀ ନଦୀ ,ଧିରେ ଧିରେ କୁଳ ଖାଉଥିବା ବେଳେ। ଏ ନେଇ ଗ୍ରାମବାସୀ ସେବେଠାରୁ ପ୍ରଶାସନ ନିକଟରେ ନିଜ ପଞ୍ଚାୟତର ସୁରକ୍ଷା ପାଇଁ ଦାବି କରି ଆସୁଛନ୍ତି ତଥାପି କର୍ଣ୍ଣପାତ କରିନି ପ୍ରଶାସନ l ଫଳରେ 500 ଏକରରୁ ଉର୍ଦ୍ଧ ଚାଷଜମି ନଦୀ ଗର୍ଭରେ ଲୀନ ହେବାରୁ l ଜୀବିକା ହରାଇଛନ୍ତି ପଞ୍ଚାୟତ ବାସୀ  ଜମି ଯାଇଛି, ଏବେ ଗାଁ ଚାଲିଯିବା ଭୟରେ ଦିନ କାଟୁଛନ୍ତି ଲେକେ l ଯଦି ପଥର ପ୍ୟାକିଙ୍ଗ କରାନଯାଏ ତେବେ, କୁଳ ଲଙ୍ଘି ଗାଁରେ ପଶିବ ନଦୀ। ତୁରନ୍ତ ପ୍ରଶାସନ ପଦକ୍ଷେପ ନନେଲେ ଆନ୍ଦୋଳନକୁ ଓଲ୍ହାଇବାକୁ  ଚେତାବନି ଦେଇଛନ୍ତି ଗ୍ରାମବାସୀ l 

କିଭଳି ନଦୀ ଅତଡ଼ା ଖସି ବିଶାଳ ଗର୍ତ୍ତ ଶୃଷ୍ଟି ହୋଇଛି, ରାସ୍ତାରୁ ନଦୀ ମାତ୍ର 10 ମିଟର ଦୂରରେ। ଜଦି ଶିଘ୍ର ପଥର ପ୍ୟାକିଂ କରାନଯାଏ ତେବେ ପାଖ ଗାଁର ଚିହ୍ନ ବର୍ଣ୍ଣ ଲିଭିବାର ସମ୍ଭାବନାକୁ ଏଡ଼ାଇଦିଆଯାଇ ନପାରେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Residents of Padanipal Panchayat on Kani River | Argus News