Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ

ଅର୍ଗସ ବ୍ୟୁରୋ: ମହୁଲମେଲାଣି । ଅନ୍ଧାରୀ ଇଲାକାର ଅଭିଶପ୍ତ ଗାଁ । ବିକାଶଠାରୁ ବହୁ ଦୂରରେ ଗଜପତି ଜିଲ୍ଲା ମୋହନା ବ୍ଲକ ମାଣିକପୁର ପଞ୍ଚାୟତର ଏହି ଗାଁ । ବିକାଶର ବାଟ ଖୋଜି ଖୋଜି ନିଜେ ହଜି ଯାଇଛି ଏହି ଘଞ୍ଚ ଜଙ୍ଗଲ ଭିତରେ । ନା ଅଛି ଭଲ ରାସ୍ତା,  ନା ଅଛି ବିଶୁଦ୍ଧପାନୀୟ ଜଳ । ବିଜୁଳି ନଥିବାରୁ ଅନ୍ଧାରରେ ଜୀବନ ବିତାଉଛନ୍ତି ଲୋକେ ।  ସମସ୍ତ ସୁବିଧା ପାଲଟିଛି ଏଠି ସାତ ସପନ। ଗାଡ଼ି କଥା ଛାଡନ୍ତୁ ଚାଲିକି ଯିବା ବି ମୁସ୍କିଲ । ଭଲ କରି ଦେଖନ୍ତୁ ଏଠାକାର ରାସ୍ତାର ଅବସ୍ଥା ।

ସଞ୍ଜ ନଇଁଲେ ମାନଚିତ୍ରରୁ ଉଭେଇଯାଏ ମହୁଲମେଲାଣି । ଅନ୍ଧାର କିଟ୍ ମିଟ ରେ ହଜିଯାଏ ଲୋକଙ୍କ ଚଳା ଚଳ ଓ କୋଳାହଳ । ଜୀବନ ଜୀବିକା ପାଇଁ ଲୋକଙ୍କୁ କରଞ୍ଜ ମଞ୍ଜି ଓ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ମାଣ୍ଡିଆ ଜାଉକୁ ଜଂଗଲୀ ଶାଗ ଲୋକଙ୍କ ଭୋକ ମେଣ୍ଟାଉଛି। ଆଲୁଅ ଥାଉ ଥାଉ  ରୋଷେଇ ସାରିବାକୁ ବାଧ୍ୟ ହୁଅନ୍ତି ଗାଁର ମହିଳାମାନେ । ଅଙ୍ଗନବାଡ଼ି ଘର ନଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଉଛି । ରାତିରେ ବହୁ କଷ୍ଟରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

ଦୀର୍ଘ ବର୍ଷର  ବିଜେଡି ସରକାର ଦୁର୍ଗମରେ ଲୋକଙ୍କୁ ମିଛ ବିକାଶର ନାରାବାଜିରେ ଭୂଆଁ ବୁଲାଇ ଚାଲିଥିଲା । ଏବେ ସରକାର ବଦଳିଛି । ନୂଆ ସରକାରରେ ବିକାଶର ସ୍ବାଦ ଚାଖିବାକୁ ଅନାଇ ବସିଛନ୍ତି ମହୁଲ ମେଲାଣି ଗ୍ରାମବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
Residents of the area are deprived of all basic facilities | Argus News