Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡ୍ରେନ୍ ସମସ୍ୟା  ପାଇଁ ବିଏମ୍‌ସି କାର୍ଯ୍ୟାଳୟରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ

Odisha

ଡ୍ରେନ୍ ସମସ୍ୟା  ପାଇଁ ବିଏମ୍‌ସି କାର୍ଯ୍ୟାଳୟରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ

Manini Pattanayak
Browse all articles by Manini Pattanayak
·1 year ago·1 min read
ଡ୍ରେନ୍ ସମସ୍ୟା  ପାଇଁ ବିଏମ୍‌ସି କାର୍ଯ୍ୟାଳୟରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ

ଭୁବନେଶ୍ୱର:  ଡ୍ରେନ୍ ସମସ୍ୟା  ପାଇଁ ବିଏମ୍‌ସି କାର୍ଯ୍ୟାଳୟରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ। ବିଏମ୍‌ସି ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ ଅଭିଯୋଗ। ୪୫ନଂ ୱାର୍ଡ ଶବର ସାହିର ବାସିନ୍ଦା। ବିଏମ୍‌ସି କର୍ଯ୍ୟାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ବାରମ୍ବାର ଦୌଡ଼ିବା ସତ୍ତ୍ୱେ ଡ୍ରେନ୍ କାମ ହେଉନଥିବାରୁ ଏଭଳି ପ୍ରତିବାଦ ପନ୍ଥାକୁ ଆପଣାଇଥିଲେ ଶବର ସାହିର ବାସିନ୍ଦା। ଦୀର୍ଘ ଦିନ ହେଲା ସେମାନଙ୍କ ସାହିରେ ଡ୍ରେନ୍ କାମ ଅଧାରେ ଅଟକିଛି।

ଏଥିପାଇଁ ଡ୍ରେନ୍ ପାଣି ଯାଇ ୱେରେଜ୍ ଲାଇନ୍‌ରେ ପଶୁଛି। ଘର ଭିତରେ ମଳ ଓ ନର୍ଦ୍ଦମା ପାଣି ଭାସୁଛି। ବାରମ୍ବାର ଗୁହାରି ଜଣାଇବା ସତ୍ତ୍ୱେ ବିଏମ୍‌ସି ଡ୍ରେନ୍ କାମ କରୁନି। ବର୍ଷା ହେଲେ ସ୍ଥିତି ସାଙ୍ଘାତିକ ହେଉଛି। ଘରେ ମଳ ପାଣି ପଶିବା ଯୋଗୁ ଲୋକେ ନା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି। ତୁରନ୍ତ କାମ କରା‌ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୪୫ ନଂ ୱର୍ଡ କର୍ପୋରେଟର ଅମରେଶ ଜେନା ମହିଳାଙ୍କୁ ବୁଝାଶୁଝା କରିବା ପରେ ସେମାନେ ପ୍ରତିବାଦରୁ ହଟିଥିଲେ। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Residents protest at BMC office over drain problem | Argus News