Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୨୪ ମହାଲଢ଼େଇ ପାଇଁ ଓଡ଼ିଶା ବିଜେପିର ସଂକଳ୍ପ ପତ୍ର

Odisha

୨୪ ମହାଲଢ଼େଇ ପାଇଁ ଓଡ଼ିଶା ବିଜେପିର ସଂକଳ୍ପ ପତ୍ର

Banajyotshna Ray
Browse all articles by Banajyotshna Ray
·2 years ago·3 min read
୨୪ ମହାଲଢ଼େଇ ପାଇଁ ଓଡ଼ିଶା ବିଜେପିର ସଂକଳ୍ପ ପତ୍ର

ଅର୍ଗସ ବ୍ୟୁରୋ:  ଇଏ ମୋଦି ଗ୍ୟାରେଣ୍ଟି। ମାତ୍ର 5 ବର୍ଷରେ ବଦଳିବ ଓଡ଼ିଶାର ସ୍ଥିତି। ସବୁଠାରୁ ଗରିବ ରାଜ୍ୟରୁ ପାଲଟିବ ସବୁଠୁ ସମୃଦ୍ଧ ରାଜ୍ୟ। ଏଥିପାଇଁ ବିଜେପି ପ୍ରସ୍ତୁତ କରିଛି ପକ୍କା ରୋଡ଼ ମ୍ୟାପ୍। 24 ମହାଲଢ଼େଇ ପାଇଁ ଓଡ଼ିଶା ବିଜେପି ଜାରି କରିଛି ସଂକଳ୍ପ ପତ୍ର। ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ସଂକଳ୍ପ ପତ୍ର ଉନ୍ମୋଚନ କରି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା। ବିରୋଧୀ ଆସନରେ ବସିବାକୁ ନୁହେଁ ଓଡ଼ିଶାରେ ସରକାର ଗଢ଼ିବାକୁ ନିର୍ବାଚନ ଲଢୁଛି ବିଜେପି।

ବିଜେପିର ସ୍ଲୋଗାନ୍। ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ, ଓଡ଼ିଶାରେ ହେବ ବିଜେପି ସରକାର। ଏଥିପାଇଁ ବିଜେପି ସଂକଳ୍ପରେ ଦିଆଯାଇଛି ସମାଜର ସବୁ ବର୍ଗଙ୍କୁ ଗୁରୁତ୍ବ। ଓଡ଼ିଶାରେ ଆରମ୍ଭ ହେବ ସମୃଦ୍ଧ କୃଷକ ନୀତି। 3100 ଟଙ୍କା ହେବ ଧାନର MSP। ଆଉ ବିଜେପି ସରକାର ହେଲେ ବନ୍ଦ ହେବ ଧାନ କିଣାରେ କଟନୀ ଛଟନୀ। ମହିଳାଙ୍କ ପାଇଁ ଆରମ୍ଭ କରାଯିବ ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ 50 ହଜାର ଟଙ୍କାର କ୍ୟାସ୍ ଭାଉଚର ମିଳିବ। 2 ବର୍ଷ ଭିତରେ କ୍ୟାସ୍ ଭାଉଚର ଏନକ୍ୟାସ୍ କରି ପରିବାରର ବିକାଶ କାମରେ ଲଗାଇବେ। ବିଜେପି ସରକାର ଆସିଲେ ପୁରୀ ମନ୍ଦିର ଟ୍ରଷ୍ଟର ପରିଚାଳନାରେ ଅଣାଯିବ ସ୍ବଚ୍ଛତା। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ହେବ  ବିଶ୍ବସ୍ତରୀୟ ସୁବିଧା। ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ଖୋଲାଯିବ। ରତ୍ନଭଣ୍ଡାର ଚାବି ହଜିବା ଘଟଣାର ହେବ ବିଧିବଦ୍ଧ ତଦନ୍ତ। ଏଥିସହ ରତ୍ନଭଣ୍ଡାର ରତ୍ନର ହିସାବ ସାର୍ବଜନୀନ କରାଯିବ। ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ମଠର ପୁନରୁଦ୍ଧାର କରାଯିବ। ବିଜେଡି ସରକାର ବନ୍ଦ କରିଥିବା ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯିବ।

100 ଦିନ ଭିତରେ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଏଥିସହ ଏହାର ପରିସର ବଢ଼ାଯାଇ 8 ଲକ୍ଷରୁ କମ୍ ଆୟ ବର୍ଗର ସମସ୍ତଙ୍କୁ ଏଥିରେ କରାଯିବ ଅନ୍ତର୍ଭୁକ୍ତ। ଆଗାମୀ 5 ବର୍ଷରେ ରାଜ୍ୟର ଦେଢ଼ ଲକ୍ଷ ଯୁବକ ଯୁବତୀଙ୍କୁ ମିଳିବ ସରକାରୀ ଚାକିରି। 2 ବର୍ଷ ଭିତରେ ଖାଲି ଥିବା 65 ହଜାର ସରକାରୀ ପଦବୀ ପୂରଣ କରାଯିବ। ଆଗାମୀ 3 ବର୍ଷରେ ଅର୍ଥାତ୍ 2027 ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବେ 25 ଲକ୍ଷ ଲକ୍ଷପତି ଦିଦି । ପ୍ରତି ଇଣ୍ଡଷ୍ଟ୍ରିଆଲ୍ କ୍ଲଷ୍ଟରରେ 500 SHGଙ୍କୁ ଯୋଡ଼ାଯାଇ କରାଯିବ ମହିଳାଙ୍କ ଆର୍ଥିକ ବିକାଶ । ମତ୍ସ୍ୟଜୀବୀଙ୍କୁ ମିଳିବ ବାର୍ଷିକ 10 ହଜାର ଟଙ୍କାର ସହାୟତା ରାଶି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଶାର ଆର୍ଥିକ ନୀତିକୁ ମିଳିବ ଦ୍ରୁତ ଗତି। 2029 ସୁଦ୍ଧା ଓଡ଼ିଶାରେ ସୃଷ୍ଟି ହେବ 3.5 ଲକ୍ଷ ନିଯୁକ୍ତି ସୁଯୋଗ। ରାଉରକେଲା, ସମ୍ବଲପୁର, ପାରାଦ୍ବୀପ ଓ ଧାମରାରେ ବିକଶିତ କରାଯିବ ଇଣ୍ଡଷ୍ଟ୍ରିଆଲ କରିଡର। PROSPER ODISHA ମାଧ୍ୟମରେ MSME ସେକ୍ଟରକୁ ଦିଆଯିବ ବଡ଼ ବୁଷ୍ଟ । ଭୁବନେଶ୍ବର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ବରରେ ନିର୍ମାଣ ହେବ 4ଟି ଆଇଟି ପାର୍କ।ପଶ୍ଚିମ ଓଡ଼ିଶାରେ 3ଟି ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ହେବ। ଏଥିରୁ 51 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଆରମ୍ଭ କରାଯିବ ବୁଣାକାର ସମ୍ମାନ ନିଧି ଯୋଜନା। ଯେଉଁଥିରେ ବୁଣାକାରଙ୍କୁ ମିଳିବ ମାସିକ 3 ହଜାର ଟଙ୍କାର ସହାୟତା। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ 5 ହଜାର ଟଙ୍କା। ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ବୟସ୍କ, ଦିବ୍ୟାଙ୍ଗ, ବିଧବାଙ୍କୁ ମିଳିବ ମାସିକ 3 ହଜାର ଟଙ୍କାର ଭତ୍ତା। ଆଗାମୀ ପାଞ୍ଚ ପର୍ଷରେ ଓଡ଼ିଶାରେ 75 ହଜାର କିମି ବିଶ୍ବସ୍ତରୀୟ ରାସ୍ତା ନିର୍ମାଣ କରାଯିବ। ଓଡ଼ିଶାକୁ ଦେଶର ତୃତୀୟ ବୃହତ୍ ପର୍ଯ୍ୟଟନ କ୍ଷେତ୍ର କରିବାକୁ ରହିଛି ବିଜେପିର ଯୋଜନା।

କେନ୍ଦୁପତ୍ର ତୋଳାଳି କଲ୍ୟାଣ ଯୋଜନା ଅଧୀନରେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ 35 ପ୍ରତିଶତ ବୋନସ ଓ ବନ୍ଧାଳିଙ୍କୁ ମିଳିବ 10 ପ୍ରତିଶତ ବୋନସ୍। ପିଏମ୍ ଆବାସ ଯୋଜନାରେ ଓଡ଼ିଶାରେ ନିର୍ମାଣ କରାଯିବ 15 ଲକ୍ଷ ଘର। ଜଳଜୀବନ ମିଶନରେ 26 ଲକ୍ଷ ଘରକୁ ହେବ ପାଇପ୍ ଜଳ ଯୋଗାଣ। 40 ହଜାର ସର୍ବସାଧାରଣ ସ୍ଥାନରେ ବି ହେବ ପାଇପ୍ ଜଳ ସଂଯୋଗ। ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କର ପଞ୍ଜୀକରଣ କରାଯାଇ ସେମାନଙ୍କୁ ଦିଆଯିବ 5 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା। ରାଜ୍ୟରେ PHC ଓ CHCରେ ଯୋଗ କରାଯିବ 36000 ନୂଆ ବେଡ୍। 100 ଶଯ୍ୟା ବିଶିଷ୍ଟ ସବୁ CHCରେ ଉପଲବ୍ଧ ହେବ ICU ଓ ଡାଏଲିସିସ୍ ସୁବିଧା। ମେଡିକାଲ କଲେଜ ଗୁଡ଼ିକରେ ଖୋଲାଯିବ ସୁପର ସ୍ପେଶାଲିଟି ହସ୍ପିଟାଲ। ଏଥିସହ ଓଡ଼ିଶାର ପ୍ରତି ଘରେ କାର୍ଯ୍ୟକାରୀ କରାଯିବ ପିଏମ୍ ସୂର୍ଯ୍ୟ ଘର ଯୋଜନା। ଯାହା ଫଳରେ ସମସ୍ତଙ୍କୁ ମିଳିବ ମାଗଣା ବିଜୁଳି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Painting
Sponsored
Resolution letter of Odisha BJP for 24 major battles | Argus News