Videos
|
Odisha

କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Ritu Das
Browse all articles by Ritu Das
·1 year ago
କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

ଅର୍ଗସ ବ୍ୟୁରୋ: କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ। ବାର୍ଡ ଫ୍ଲୁ ପ୍ରଭାବିତ ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ ଭଳି ଅଞ୍ଚଳରେ 3 ମାସ ଧରି ହୋଇପାରିବ ନାହିଁ କୁକୁଡ଼ା ଚାଷ। ପିପିଲି ବ୍ଲକର ୮୬୧ଟି କୁକୁଡ଼ା ଫାର୍ମରୁ ୫୫ଟି ଫାର୍ମ, ଡେଲାଙ୍ଗ ବ୍ଲକର ୩୪୪ ଟି ଫାର୍ମରୁ ୬୪ଟି ଓ ସତ୍ୟବାଦୀରେ ୨୨ ଟି କୁକୁଡ଼ା ଫାର୍ମକୁ ବିଶୋଧନ କରି ସିଲ୍ କରିଛି ପ୍ରାଣୀ ସମ୍ପଦ ବିଭାଗ। 

ଏହି ସବୁ ଫାର୍ମରେ କୌଣସି କୁକୁଡ଼ା ଚିଆଁ ଛାଡ଼ିପାରିବେନି କୁକୁଡ଼ା ଚାଷୀ। ସେପଟେ କ୍ଷତିପୂରଣରୁ ବଞ୍ଚିତ ଥିବା ପିପିଲି, ସତ୍ୟବାଦୀ, ଡେଲାଙ୍ଗ, ନିମାପଡ଼ାର ହଜାର ହଜାର କୁକୁଡ଼ା ଚାଷୀ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି। ସାତ ଦିନରେ କ୍ଷତି ପୂରଣ ନ ମିଳିଲେ ରାଜରାସ୍ତା ଅବରୋଧ କରି ଆନ୍ଦୋଳନ କରିବେ ବୋଲି କୁକୁଡ଼ା ଚାଷୀ ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Restrictions on poultry farming | Argus News