ଲୋମଟାଙ୍କୁରା କାହାଣୀ , ଯାହାକୁ ବାହା ହୋଇଥିଲା, ତାକୁ କଲା ୩୦୦ ଖଣ୍ଡ

ଅର୍ଗସ ବ୍ୟୁରୋ : ମଣିଷର ଯେବେ ମାନସିକ ବିକୃତି ଘଟେ ସେତେବେଳେ ସେ କଣ କରେ ସେ ନିଜେ ବି ଜାଣିପାରେନା । ସେଇଥି ଲାଗି ତ, କେତେବେଳେ କାହାକୁ ହତ୍ୟା କରେ ନହେଲେ ଆଉ କିଛି କାଣ୍ଡ ଭିଆଏ । ଏମିତି ଉଦାହରଣ ଆମ ଓଡ଼ିଶାରେ ବି ଦେଖିବାକୁ ମିଳିଛି । ଥରେ କି ଅଧେ ନୁହେଁ ବରଂ ବହୁବାର । ଆମେ କହୁଛୁ, ୧୧ ବର୍ଷ ତଳର ସେ ଲୋମଟାଙ୍କୁରା କାହାଣୀ । ଯେତେବେଳେ ଜଣେ ଆର୍ମି ଡାକ୍ତର ନିଜ ସ୍ତ୍ରୀଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରି ୩୦୦ ଖଣ୍ଡ କରିଦେଇଥିଲେ । ଖାଲି ୩୦୦ ଖଣ୍ଡ କରିଥିଲେ ତାହା ନୁହେଁ ବରଂ ତାକୁ ଫ୍ରିଜ୍ରେ ବି ପୂରାଇ ରଖିଥିଲେ । ଯାହା ଜଣାପଡ଼ିବା ପରେ ପୁରା ରାଜ୍ୟରେ ଜୋର ଧରିଥିଲା....
୧୧ ବର୍ଷର ସେହି ଲୋମଟାଙ୍କୁରା କାହାଣୀ
ବର୍ବର, ନୃସଂଶ, ହୀନ ମାନସିକତା
ଯାହାକୁ ବାହା ହୋଇଥିଲା, ତାକୁ ୩୦୦ ଖଣ୍ଡ କଲା
ବର୍ବର , ଅମାନୁଷିକ , କୁତ୍ସିତ , କଦାକାର । ଯେତେ ସମାଲୋଚକ ଶବ୍ଦ କହିଲେ ବି କମ ପଡିବ । ଜଣେ ଦେଶ ସେବାରେ ନିୟୋଜିତ ଥିବା ଆର୍ମି ଡାକ୍ତର , ନିଜ ସ୍ତ୍ରୀକୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିଥିଲେ । କେବଳ ହତ୍ୟା କରିବା ପରେ ମନ ବୁଝିଲାନି ଯେ ଶରୀରକୁ କାଟି ୩୦୦ ଖଣ୍ଡ କଲେ, ପରେ ପୁଣି ଟିଫିନ ବକ୍ସରେ ପୁରାଇଦେଲେ ।
ସେଦିନ ଥିଲା ୨୦୧୩ ମସିହା । ହଠାତ୍ ଟିଭିରେ ବ୍ରେକିଂ ଆସିଲା ଜଣେ ଆର୍ମି ଡାକ୍ତର ନିଜ ସ୍ତ୍ରୀକୁ ଖଣ୍ଡଖଣ୍ଡ କରି ୩୦୦ ଖଣ୍ଡ କରିବାର । ଘଟଣା ଏକ ଚର୍ଚ୍ଚିତ ଥିଲା ଯେ ସମସ୍ତଙ୍କ ମନରେ ଭୟ ଭରିଯାଇଥିଲା । ଭୁବନେଶ୍ବର ନୟାପଲ୍ଲୀରେ ରୁହନ୍ତି ରିଟାୟାର୍ଡ ଆର୍ମି ଡାକ୍ତର ସୋମନାଥ ପରିଡା ଏବଂ ପତ୍ନୀ ଉଷଶ୍ରୀ ପରିଡା । ଅବସର ନେବା ପରେ ନିଜ ଧର୍ମପତ୍ନୀଙ୍କ ସହ ରହୁଥାନ୍ତି। ଝିଅ ଲେଖା ପରିଡା ରହୁଥାନ୍ତି ଦୁବାଇରେ । କୌଣସି କାରଣରୁ ଝିଅକୁ ଟଙ୍କା ମାଗିଥିଲେ । ହେଲେ ମା ଉଷଶ୍ରୀ ସହ କଥା ହୋଇ ଟଙ୍କାର ଆବଶ୍ୟକତା ନଥିବା ଜାଣିବା ପରେ ସେ ଟଙ୍କା ଦେବାକୁ ମନା କରିଦେଇଥିଲେ । ଯାହାକୁ ନେଇ ନିଜ ଝିଅ ଏବଂ ନିଜ ସ୍ତ୍ରୀ ଉପରେ ଖୁବ ରାଗିଥିଲେ ସୋମନାଥ । ଏମିତିକି ଝିଅ ଦୁବାଇରୁ ଘରକୁ ଆସିବା ପରେ ଘରେ ରହିବାକୁ ଦେଇନଥିଲେ କର୍ଣ୍ଣେଲ । ଝିଅ ଫେରିଯିବା ପରେ ୨୦୧୩ ମସିହା ଜୁନ ୩ ତାରିଖ ଦିନ ରାଗରେ ଏକ ପିତ୍ତଳ ଟର୍ଚ୍ଚରେ ନିଜ ପତ୍ନୀଙ୍କୁ ପିଟି ପିଟି ହତ୍ୟା କରିଥିଲେ । ହେଲେ ସେଥିରେ ବି ମନ ଶାନ୍ତ ହେଲାନି ଯେ, ସ୍ତ୍ରୀଙ୍କ ଶରୀରକୁ କାଟି ୩୦୦ ଖଣ୍ଡ କରି ଦେଇଥିଲେ ।
୨୦୧୩ ମସିହା ଜୁନ ୨୧ ତାରିଖ । ଯେଉଁଦିନ ପତ୍ନୀ ହତ୍ୟାକାରୀ ସୋମନାଥଙ୍କ କଳା କାରନାମାର ପର୍ଦ୍ଦାଫାସ ହେଇଥିଲା । ଦୁଇ ଦିନ ପୂର୍ବରୁ ଲଗାତାର ତାଙ୍କ ଝିଅ ତାଙ୍କୁ ଫୋନ କରି ମା ଙ୍କ ସହ କଥା ହେବାକୁ କହିଥିଲେ । ହେଲେ କର୍ଣ୍ଣେଲ ତାଙ୍କୁ ନାନା ଆଳ ଦେଖାଇ ମନା କରି ଦେଇଥିଲେ । ହେଲେ ସେଦିନ ଯେତେବେଳେ ଜିଦ୍ ଧରିଥିଲେ , ସେତେବେଳେ ମଧ୍ୟ ମନା କରିଥିଲେ ସୋମନାଥ । ହେଲେ ଝିଅଙ୍କୁ ସନ୍ଦେହ ହେବାପରେ ସେ ଭୁବନେଶ୍ବରସ୍ଥିତ ନିଜ ମାମୁଁଙ୍କୁ ସେଠାକୁ ଯିବାକୁ କହିଥିଲେ । ହେଲେ ତାଙ୍କ ମାମୁଁ ସେଠାରେ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ଘରେ ପଶିବାକୁ ନଦେଇ ପାଟିତୁଣ୍ଡ କରିଥିଲେ ସୋମନାଥ । ହେଲେ ଦୁର୍ଗନ୍ଧ ହେବାରୁ ସେ ପୋଲିସକୁ ଡାକି ଆଣିଥିଲେ । ଛାନ ଭିନ୍ ପରେ ଜଣା ପଡିଲା ପତ୍ନୀଙ୍କ ମୃତ ଶରୀରକୁ ୩୦୦ ଖଣ୍ଡ କରି ୨୨ଟି ବକ୍ସରେ ପ୍ୟାକ କରି ରଖିଥିଲେ । ଏଥିସହ ସର୍ଜିକାଲ ନାଇଫ , ୨ ସିଜର , ୨ଟି କରତ ଗ୍ଲୋବସ ଆଦି ଜବତ କରାଯାଇଥିଲା । ନ ଗନ୍ଧାଇବା ପାଇଁ ସେ ଫିନାଇଲ ମଧ୍ୟ ଛିଞ୍ଚୁଥିଲେ । ଏହି ଘଟଣା ପରେ ତାଙ୍କୁ ଗିରଫ କରିଥିଲା ନୟାପଲ୍ଲୀ ପୋଲିସ ।
📱 Get Argus News App
✨ଜଣେ ବୟସର ଅପରାହ୍ନ ୭୨ ବର୍ଷରେ ମଧ୍ୟ ଏପରି ଜଘଣ୍ୟ କାଣ୍ଡ ଘଟାଇପାରେ ତାହା ବିଶ୍ବାସ କରି ହେଉନଥିଲା । ଆଉ ଘଟଣାର ୭ ବର୍ଷ ପରେ ତାଙ୍କୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଥିଲା ଭୁବନେଶ୍ବର ଜିଲ୍ଲା କୋର୍ଟ । ଆଉ ରାୟ ଶୁଣାଇବା ପୂର୍ବରୁ ଯେତେବେଳେ ତାଙ୍କ ରାୟ ଶୁଣିବାକୁ ଚାହିଁଥିଲା କୋର୍ଟ, ସେତେବେଳେ ସୋମନାଥ କାନ୍ଦି ପକାଇଥିଲେ ।
କହିଥିଲେ , ମୁଁ ନିର୍ଦ୍ଦୋଷ । ମୁଁ ନିରୀହ । ମୁଁ ପରୁଣା ଫୌଜି ଅଫିସର । ଜୀବନରେ କେବେ ଲାଞ୍ଚ ନେଇନାହିଁ । ବୟସ ୮୧ ହେଲାଣି , ଆଉ କେତେଦିନ ବଞ୍ଚିବି । ଦଣ୍ଡ ଟିକେ କମ କରାଯାଉ କହି କାନ୍ଦିଥିଲେ କର୍ଣ୍ଣେଲ । ହେଲେ ୨୪ରୁ ଅଧିକ ସାକ୍ଷୀ ବୟାନ ଏବଂ ଏକାଧିକ ତଥ୍ୟ ପ୍ରମାଣ ଆଧାରରେ ଆଜୀବନ ସଜ୍ଜା ଶୁଣାଇଥିଲା କୋର୍ଟ । ରାଜଧାନୀର ଅପରାଧ ଡାଏରୀରର ଇତିହାସ ପୃଷ୍ଠାରେ ଲେଖି ହୋଇ ରହିଗଲା ଅବସରପ୍ରାପ୍ତ ଆର୍ମି ଡାକ୍ତରଙ୍କ କଳା କାରନାମାର କାହାଣୀ ।