Videos
|
Odisha

ଭରତପୁର ଘଟଣାର ତଦନ୍ତ କରିବେ ଅବସରପ୍ରାପ୍ତ ଜଷ୍ଟିସ ଚିତ୍ତରଂଜନ ଦାସ 

Smruti Parija
Browse all articles by Smruti Parija
·2 years ago·1 min read
ଭରତପୁର ଘଟଣାର ତଦନ୍ତ କରିବେ ଅବସରପ୍ରାପ୍ତ ଜଷ୍ଟିସ ଚିତ୍ତରଂଜନ ଦାସ 

କଟକ: ଭରତପୁର ଥାନା ନିର୍ଯାତନା ଘଟଣାରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କଲେ ହାଇକୋର୍ଟ । ଗତକାଲି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଅବସରପ୍ରାପ୍ତ ଜଷ୍ଟିସ ଚିତ୍ତରଂଜନ ଦାସ ଘଟଣାର ତଦନ୍ତ କରିବେ । କମିଶନ 2 ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ । ଭରତପୁର ଥାନାରେ ସିସିଟିଭି କ୍ୟାମେରା ନଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଥିବା ସତ୍ତ୍ବେ କାହିଁକି ସିସିଟିଭି ଲାଗି ନଥିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । 

ଭରତପୁର ଥାନାରେ ଲାଗିବ 25ଟି CCTV

ଓଡ଼ିଶାରେ କେତେ ଥାନାରେ ସିସିଟିଭି ଅଛି, କେଉଁଠି ନାହିଁ ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଡିଜି ଆଧୁନିକୀକରଣ ଦୟାଲ ଗଙ୍ଗୱାରଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି କୋର୍ଟ । ଯେଉଁଠାରେ ସିସିଟିଭି ଲାଗିଛି ତାହା କାମ କରୁଛି ନା ନାହିଁ ସେନେଇ ମଧ୍ୟ ରିପୋର୍ଟ ପ୍ରଦାନ କରିବେ ଗଙ୍ଗୱାର । ସିସିଟିଭି ସହିତ ହାର୍ଡଡିସ୍କ ନେଇ ମଧ୍ୟ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଭରତପୁର ଥାନାରେ ନିର୍ଯାତନା ମାମଲା , ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...