Videos
|
Odisha

ନୂଆ ଗାଇଡ ଲାଇନ୍ ସହ ହେବ ନିଯୁକ୍ତି ପ୍ରକ୍ରିୟା

Smruti Parija
Browse all articles by Smruti Parija
·1 year ago·1 min read
ନୂଆ ଗାଇଡ ଲାଇନ୍ ସହ ହେବ ନିଯୁକ୍ତି ପ୍ରକ୍ରିୟା

ପୁରୀ: ରାଜ୍ୟ ସରକାରଙ୍କ ପ୍ରାଥମିକତାରେ ଶ୍ରୀମନ୍ଦିର । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ନିଯୁକ୍ତି ସ୍ବଚ୍ଛତା ଦିଗରେ ଆରମ୍ଭ ହୋଇଛି ଗୋଟିଏ ପରେ ଗୋଟିଏ ପ୍ରକ୍ରିୟା । ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ଅବସର ପ୍ରାପ୍ତ ଅଧିକାରୀ ହଟିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । 

ଦୀର୍ଘ ଦିନ ଧରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅବସର ପରେ ଥଇଥାନ ହୋଇଥିବା ଅଧିକାରୀଙ୍କୁ ହଟାଇବା ପାଇଁ ଦାବି ହୋଇ ଆସୁଥିବାବେଳେ ଏବେ ନୂଆ ସରକାରରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଅବସର ପ୍ରାପ୍ତ ଅଧିକାରୀ ଭାବରେ ଶ୍ରୀମନ୍ଦିର ଓ ଏସଡି ଦାୟିତ୍ୱରେ ଥିବା ଉନ୍ନୟନ ପ୍ରଶାସକଙ୍କ ପୁନଃ ଥଇଥାନ ସୁପାରିସକୁ ନାକଚ କରିଛନ୍ତି ରାଜ୍ୟ ସରକାର ।

ସେପଟେ ଏହି ସଂଖ୍ୟାକୁ ସୀମିତ କରାଯିବା ପାଇଁ ତର୍ଜମା ଓ ପ୍ରକ୍ରିୟାକରଣ ଆରମ୍ଭ ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ନୂଆ ନିଯୁକ୍ତିକୁ ସ୍ୱଚ୍ଛ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଠାରୁ ନିଯୁକ୍ତି କ୍ଷମତା ଅପସାରଣ କରିବା ସହ ସରକାରୀ ସ୍ଵୀକୃତି ପ୍ରାପ୍ତ ଏଜେନ୍ସି ମାଧ୍ୟମରେ ନିଯୁକ୍ତି ଦେବାକୁ ହୋଇଛି ନିଷ୍ପତ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Retired officers will be removed from administrative offices | Argus News