ରିଟ୍ରୋଡ୍ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଟେକ୍ ଇନ୍ ଟୁରିଜିମ୍- ସେକେଣ୍ଡ ଚାପ୍ଟର-2024

ଭୁବନେଶ୍ୱର: ସୁପ୍ରତିଷ୍ଠିତ ବୈଷୟିକ ଯାତ୍ରା ପରିଚାଳନା ଅନୁଷ୍ଠାନ `ରିଟ୍ରୋଡ୍' ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ଟେକ୍ ଇନ୍ ଟୁରିଜିମ୍- ସେକେଣ୍ଡ ଚାପ୍ଟର- ୨୦୨୪ କନକ୍ଲେଭ’। ଯାହା ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ସ୍ବସ୍ତି ପ୍ରିମିୟମ ହୋଟେଲରେ ଆୟୋଜିତ ହେବ । ଏହି କନକ୍ଲେଭରେ ସାମିଲ ହେବେ ବିଶିଷ୍ଟ ବ୍ୟକ୍ତି, ଉଦ୍ୟୋଗପତି, ସିନେ ଷ୍ଟାର, ଫୁଡ୍ ବ୍ଲଗର, ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତି । ପର୍ଯ୍ୟଟନରେ ଟେକ୍ନୋଲୋଜିର ବ୍ୟବହାର ପାଇଁ ସଚେତନତା, ଓଡ଼ିଶାରେ ପର୍ଯ୍ୟଟନର ସମ୍ଭାବନା, ସିନେ ଟୁରିଜିମ୍, ପର୍ଯ୍ୟଟନ ବିକାଶ ପାଇଁ ନୂଆ ଆବିଷ୍କାର ପ୍ରମୁଖ ବିଷୟ ଉପରେ ପ୍ୟାନେଲ ଆଲୋଚନା କରାଯିବ।
ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅନେକ ସୁଯୋଗ ରହିଛି । ଟେକ୍ନୋଲୋଜିର ଉତ୍ତମ ବ୍ୟବହାର ହେଲେ ଓଡ଼ିଶାର ପର୍ଯ୍ୟଟନ ଏକ ନୂଆ ସ୍ତରକୁ ଯିବ । ଆଜିର ଯୁଗରେ ପର୍ଯ୍ୟଟନ ଶିଳ୍ପର ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଉଥିବାବେଳେ ଏ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଅର୍ଥାତ୍ ପର୍ଯ୍ୟଟନ କ୍ଷେତ୍ରରେ ଟେକ୍ନୋଲୋଜିର ଉପଯୁକ୍ତ ବ୍ୟବହାର କିପରି ହୋଇପାରିବ ତାହା ହିଁ ଏହି କନକ୍ଲେଭର ମୁଖ୍ୟ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ କ୍ରୀଡା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ।
ରେଜିଷ୍ଟ୍ରେସନ ପାଇଁ ଏହି ଲିଙ୍କ ରେ କ୍ଲିକ୍ କରନ୍ତୁ
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର