ପୁଣି ରେଭେନସା ନାଁ ପରିବର୍ତ୍ତନକୁ ନେଇ ଦାବି ଉଠିଲା ଜୋରଦାର

Key Points
- ପୁଣି ରେଭେନସା ନାଁ ପରିବର୍ତ୍ତନକୁ ନେଇ ଦାବି ଉଠିଲା ଜୋରଦାର
- ଭର୍ତ୍ତୃହରି କହିଲେ ନାଁ ବଦଳିବା ନେଇ ସରକାର ନିଷ୍ପତ୍ତି ନେବା ଦରକାର
- ରେଭେନ୍ସା ଗାର୍ଲସ ସ୍କୁଲ ନାମକରଣକୁ ନେଇ କଟକ ସାଂସଦଙ୍କ ବଡ଼ ଖୁଲାସା
- ମାତ୍ର ୧୫ଟଙ୍କା ଗ୍ରାଣ୍ଟ ପାଇଁ ହିନ୍ଦୁ ଗାର୍ଲସ ସ୍କୁଲରୁ ହୋଇଯାଇଥିଲା ରେଭେନସା
- ରେଭେନସା ନାଁ ପରିବର୍ତ୍ତନକୁ ପରୋକ୍ଷରେ ବରିଷ୍ଠ ବିଜେଡି ନେତାଙ୍କ ସମର୍ଥନ
- କହିଲେ ପ୍ରକୃତ ଇତିହାସ ଲୋକଙ୍କ ସାମ୍ନାକୁ ଆଣିବା ଲାଗି ଦରକାର ଚିନ୍ତନ
ଅର୍ଗସ ବ୍ୟୁରୋ: ଓଡ଼ିଆ ଗବେଷଣା କେନ୍ଦ୍ର ପକ୍ଷରୁ ଆଯୋଜିତ ଦିନିକିଆ ଆଲୋଚନା ଚକ୍ରରେ ଏକାଠି ହୋଇଥିଲେ । ରାଜ୍ୟରୁ ବହୁ ଜଣାଶୁଣା ରାଜନେତା ଶିକ୍ଷାବିତ, ସାହିତ୍ୟିକ, ସାମ୍ବାଦିକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ । ବର୍ତ୍ତମାନରେ ଅତୀତ : ଓଡିଶା ଦୁର୍ଭିକ୍ଷ, ୧୮୬୬ ଏବଂ ସ୍ମୃତିର ରାଜନୀତି ଶୀର୍ଷକ ଏହି ଆଲୋଚନା ଚକ୍ରରେ ରେଭେନସା ନାଁ ପରିବର୍ତ୍ତନକୁ ନେଇ ହୋଇଛି ସରଗରମ ଆଲୋଚନା। ଏଥିରେ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ଏଥିସହ ରେଭେନସା ନାମ ପରିବର୍ତ୍ତନ ପ୍ରସଙ୍ଗରେ ସରକାରଙ୍କ କୋର୍ଟକୁ ଠେଲିଛନ୍ତି ବଲ୍। ଭର୍ତ୍ତୃହରି କହିଛନ୍ତି ପ୍ରକାର ନିଷ୍ପତି ପାଇଁ ରଜନୈତିକ ଇଚ୍ଛାଶକ୍ତିର ରହିଛି ଆବଶ୍ୟକତା।
ବିଜୁ ଜନତା ଦଳ ରେଭେନସା ନାଁ ପରିବର୍ତ୍ତନକୁ ଜୋରଦାର ବିରୋଧ କରୁଥିବା ବେଳେ ଦଳର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ରଖିଛନ୍ତି ଭିନ୍ନମତ। ପରୋକ୍ଷରେ ରେଭେନସା ନାମ ପରିବର୍ତ୍ତନକୁ କରିଛନ୍ତି ସମର୍ଥନ। କହିଛନ୍ତି ଏହିଭଳି ଆଲୋଚନା ମାଧ୍ୟମରେ ସତ ଇତିହାସ ଲୋକଙ୍କ ସାମ୍ନାକୁ ଆସିବା ଦରକାର। ସେପଟେ ରେଭେନସା ବିଶ୍ବବିଦ୍ୟାଳୟ ନାଁ ପରିବର୍ତ୍ତନ କରି ଗଜପତି କପିଳେନ୍ଦ୍ର ଦେବଙ୍କ ନାଁରେ କରିବାକୁ ପୁଣି ଥରେ ପ୍ରସ୍ତାବ ଦେଇଛନ୍ତି ବିଶିଷ୍ଟ ସାହିତ୍ୟିକ ହରପ୍ରସଦ ଦାସ। ନଅଙ୍କ ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ମୃତ୍ୟୁକୁ କିପରି ଥୋମାସ ରେଭେନସା ଯଥାର୍ଥ ବୋଲି ଦର୍ଶାଇଥିଲେ ତାହା ବର୍ଣ୍ଣନା କରି ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଛନ୍ତି ଇତିହାସ ଭବିଷ୍ୟତକୁ ବାଟ କଢାଏ।
ଏହି ଆଲୋଚନା ଚକ୍ରରେ ଭାଗନେଇଥିବା ବକ୍ତା ଓ ଅତିଥୀମାନେ ନଅଙ୍କ ଦୁର୍ଭିକ୍ଷ ଏବଂ ଟି.ଇ ରେଭେନସାଙ୍କୁ ନେଇ ବହୁ ରୋଚକ ଇତିହାସ ଉପସ୍ଥାପନ କରିଛନ୍ତି। ଏବେ ରାଜ୍ୟ ସରକାରଙ୍କ କୋର୍ଟରେ ବଲ। ସରକାର ଏ ପ୍ରସଙ୍ଗରେ କଣ ନିଷ୍ପତି ନେଉଛନ୍ତି ଏବଂ ତାକୁ ନେଇ ରାଜନୀତି କେଉଁ ମୋଡ଼ ନେଉଛି ତାକୁ ଏବେ ଅପେକ୍ଷା।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...