Videos
|
Odisha

ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗରେ ଶୂନ୍ୟକାଳରେ ଶାସକ ବିରୋଧୀ ମୁହାଁମୁହିଁ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗରେ ଶୂନ୍ୟକାଳରେ ଶାସକ ବିରୋଧୀ ମୁହାଁମୁହିଁ

ଅର୍ଗସ ବ୍ୟୁରୋ : ବିଧାନସଭାରେ ରେଭେନ୍ସା ତାତି । ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗରେ ଶୂନ୍ୟକାଳରେ ଶାସକ ବିରୋଧୀ ମୁହାଁମୁହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସାକୁ ନେଇ ଯେଉଁ ବ୍ୟକ୍ତିଗତ ମତ ଦେଇଛନ୍ତି ତାକୁ ରାଜ୍ୟବାସୀ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଯିଏ ଦିନେ ରିମୋଟରେ ଚାଲୁଥିଲେ ସେ କଣ କହିବେ ? ରେଭେନ୍ସା କୁ ନେଇ ଅନେକ କଥା ରହିଛି। ଓଡ଼ିଶାର ଇତିହାସ ମହାନ୍। ଅନେକ ବରପୁତ୍ର ଅଛନ୍ତି।

ଅଧିକ ପଢନ୍ତୁ : ରେଭେନ୍ସାରେ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ବିବାଦ

ଯଦି ବରପୁତ୍ରଙ୍କ ନାମରେ ରେଭେନ୍ସା ନାମିତ ହେଲେ ଅସୁବିଧା କେଉଁଠି ? ତାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ। ସେନେଇ ବିତର୍କ ହେବାର ଆବଶ୍ୟକତା ରହିଛି। ଯିଏ ଆମ ରାଜ୍ୟକୁ କବଳିତ କରି ଲୁଣ୍ଠନ କରୁଥିଲେ ତାଙ୍କ ନାମ ରହିବା ଦରକାର ନା ଆମ ଗର୍ବ ଓ ଗୌରବ ମାନଙ୍କ ନାମ ରହିବା ଦରକାର, ତାକୁ ବିଚାର କରନ୍ତୁ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ।  ସେପଟେ ରେଭେନ୍ସା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Revenshaw name change issue in assembly | Argus News