Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିଲ୍ଲୀ ଗସ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ

Smruti Parija
Browse all articles by Smruti Parija
·2 years ago·1 min read
ଦିଲ୍ଲୀ ଗସ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ

ଅର୍ଗସ ବ୍ୟୁରୋ: ଦିଲ୍ଲୀ ଗସ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ସୁରେଶ ପୂଜାରୀ । ଅନେକ ମନ୍ତ୍ରୀଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ରାଜ୍ୟରେ ରେଳ ବିକାଶ ପାଇଁ ସରକାରଙ୍କ ମାଷ୍ଟର ପ୍ଲାନ୍ ରହିଛି । 

ରେଳ ମନ୍ତ୍ରୀଙ୍କୁ ଭେଟିବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏକ ମୁଖ୍ୟ ସମସ୍ୟା । ଏହା ସହିତ ଜଙ୍ଗଲ ଜମି କିସମ ପରିବର୍ତ୍ତନ ମଧ୍ୟ ସମସ୍ୟା ରହିଛି । ବର୍ତ୍ତମାନ ଜମି ଅଧିଗ୍ରହଣ ପାଇଁ ରେଳ ବିଭାଗକୁ ଅପେକ୍ଷା ନ କରି ରାଜସ୍ବ ବିଭାଗ ତତ୍ପରତା ପ୍ରକାଶ କରିବ । ଏହାସହ ଜଙ୍ଗଲ ଜମି ପରିବର୍ତ୍ତନ ପାଇଁ ମଧ୍ୟ ଆଲୋଚନା ହୋଇଛି ।

ରେଳପଥର ବିକାଶ ଏବଂ ପ୍ରକଳ୍ପ ଗୁଡ଼ିକ ଆଗକୁ ନେବା ପାଇଁ ରାଜସ୍ବ ବିଭାଗ ରେଳ ବିଭାଗ ସହିତ ଯୋଗାଯୋଗରେ ରହିବ । ରେଳମନ୍ତ୍ରୀଙ୍କୁ ଓଡ଼ିଶାର ରେଳ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ପାଇଁ ବୈଠକ କରିବାକୁ ଅନୁରୋଧ କରିଛି । ବଲାଙ୍ଗୀର - ଖୋର୍ଦ୍ଧା ପ୍ରକଳ୍ପ ପରି ଯୋଜନା ଗୁଡ଼ିକୁ ଆଗକୁ ନେବା ପାଇଁ ଯେଉଁ ପ୍ରୟାସ ହୋଇ ନଥିଲା ତାହା କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Revenue and Disaster Management Minister Suresh Pujari on a visit to Delhi | Argus News