Crime Branch Probe / CMOରୁ ଗାଏବ ନାଇଡୁ କମିଶନଙ୍କ ଫାଇଲ୍ ଖୋଜିବ କ୍ରାଇମବ୍ରାଞ୍ଚ
·1 hour ago·2 min read

Key Points
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ଵପୂର୍ଣ୍ଣ ଫାଇଲ୍ ଗାଏବ ଘଟଣା
କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ରିପୋର୍ଟ ଦେଇଥିଲେ ନାଇଡୁ କମିଶନ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଫିସ୍ରୁ ଫାଇଲ୍ ଗାଏବ ହୋଇଥିଲା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ କେମିତି ହଜିଲା ଫାଇଲ୍ ? ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ସମ୍ପର୍କିତ ନାଇଡୁ କମିଶନଙ୍କ ଫାଇଲ୍ ଗାଏବ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି ।
ନାଇଡୁ କମିଶନଙ୍କ ଫାଇଲ୍ କେମିତି ଓ କେଉଁ ପରିସ୍ଥିତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗାଏବ ହେଲା । ତାର ତଦନ୍ତ ଏବେ କମିଶନରେଟ୍ ପୋଲିସ କରୁଛି । ବର୍ତ୍ତମାନ ଆସୁଥିବା ବଡ଼ ଖବର ଅନୁଯାୟୀ, କମିଶନଙ୍କ ଫାଇଲ୍ ଗାଏବ ଘଟଣାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରିବ ।
ଏଥିସହ ପଢ଼ନ୍ତୁ: ୧୦ ବର୍ଷ ପରେ ପୁଣି ଚର୍ଚ୍ଚାରେ ଦାନ ମାଝୀ, ଥାନାର ହେଲେ ଦ୍ଵାରସ୍ଥ
କ୍ରାଇମବ୍ରାଞ୍ଚ ତଦନ୍ତ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରୁ ନାଇଡୁ କମିଶନଙ୍କ ଫାଇଲ୍ ଗାଏବ ହୋଇ ଯାଇଥିଲା । ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନୋଟିସ୍ ଜାରି କରାଯାଇଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ, ମନୋଜ ମିଶ୍ର, ରାଜେଶ ବର୍ମା, ଉପେନ୍ଦ୍ର ବେହେରା ଆଦି ୪ ଜଣ ପୂର୍ବତନ ପ୍ରଶାସକଙ୍କୁ ନୋଟିସ୍ ହୋଇଛି । ମନୋଜ ମିଶ୍ରଙ୍କୁ ବାଦ୍ ଦେଲେ ଅନ୍ୟ ୩ ପୂର୍ବତନ ପ୍ରଶାସକ ଏଯାଏ ହାଜର ହୋଇ ସେମାନଙ୍କ ପକ୍ଷ ରଖି ନାହାନ୍ତି ।
ଶାସକ ବିଜେପି ଅନୁସାରେ, ୨୦୨୫ ସେପ୍ଟେମ୍ବର ୧୦ ତାରିଖ ଓ ନଭେମ୍ବର ୪ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଫାଇଲ୍ ବାବଦରେ ସରକାର ପଚାରିଛନ୍ତି । CMOରୁ ଫାଇଲ୍ ଚୋରି ହୋଇଥିବା ନେଇ ବିଜେପି ଅଭିଯୋଗ କରିଛି ।
ତେବେ CMOର କଡ଼ା ସୁରକ୍ଷା ଭିତରୁ ପ୍ରକୃତରେ ଫାଇଲ୍ ହଜିଛି ନା ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି । ତାହା ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇ ପାରିବ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ CMOରୁ ୨ଟି ଫାଇଲ୍ ଗାଏବ ହୋଇଥିଲା । ସେଥିରେ ନାଇଡୁ କମିଶନଙ୍କ ଫାଇଲ୍ ଥିଲା । ଯାହାର ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏଥିସହ ପଢ଼ନ୍ତୁ: CMOରୁ ଫାଇଲ ଗାଏବ ଘଟଣା, ବାହାନା କରି ଥାନାରେ ହାଜର ହେଲେନି ପାଣ୍ଡିଆନ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ କ୍ୟାପିଟାଲ୍ ଥାନା ପୋଲିସ ଥାନାରେ ହାଜର ପାଇଁ ସମନ କରାଯାଇଥିଲା । ତେବେ ନୋଟିସ୍ ସତ୍ତ୍ଵେ ଜୁଲାଇ ୨୫ ତାରିଖରେ ପାଣ୍ଡିଆନ ଆସି ନଥିଲେ । ବରଂ ବିଦେଶରେ ଥିବାରୁ ବ୍ୟକ୍ତିଗତ ଭାବେ ହାଜର ନ ହୋଇ ଭିଡିଓ କନଫରେନ୍ସିଂ ଜରିଆରେ ପକ୍ଷ ରଖିବାକୁ ପୋଲିସକୁ କହିଥିଲେ ପାଣ୍ଡିଆନ୍ । ଏନେଇ ସେ ତଦନ୍ତକାରୀ ଅଧିକାରୀଙ୍କୁ ଇ-ମେଲ୍ ଜରିଆରେ ଜଣାଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories