Videos
|
Odisha

କେରଳ ଭୂସ୍ଖଳନ ଘଟଣାରେ ଆହତଙ୍କ ପିତାଙ୍କୁ ଭେଟିଲେ ରାଜସ୍ବ ମନ୍ତ୍ରୀ

Ritu Das
Browse all articles by Ritu Das
·2 years ago
କେରଳ ଭୂସ୍ଖଳନ ଘଟଣାରେ ଆହତଙ୍କ ପିତାଙ୍କୁ ଭେଟିଲେ ରାଜସ୍ବ ମନ୍ତ୍ରୀ

ଅର୍ଗସ ବ୍ୟୁରୋ: କେରଳରେ ହୋଇଥିବା ଭୂସ୍ଖଳନ ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଝାରସୁଗୁଡାର ଝିଅ, ଡାକ୍ତର ସ୍ବୀକୃତି ମହାପାତ୍ରଙ୍କ ବାପାଙ୍କୁ ଝାରସୁଗୁଡ଼ା ସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ଜିଲ୍ଲାପାଳ ଏବଂ ଏସପି । 

ସ୍ବୀକୃତି ଭୁବନେଶ୍ୱର ହାଇଟେକ ମେଡିକାଲ କଲେଜରେ ପିଜି ଶେଷ ବର୍ଷର ଛାତ୍ରୀ ଅଟନ୍ତି l ସେ ଗତ 26 ତରିଖରେ ଏକ କନଫରେନ୍ସ ପାଇଁ ବେଙ୍ଗାଲୁରୁ ଯାଇଥିଲେ ଏବଂ 29 ତାରିଖରେ ସେଠାରୁ ନିଜ 3 ଜଣ ସାଙ୍ଗଙ୍କ ସହ କେରଳ ୱାୟନାଡ଼ ବୁଲି ଯାଇଥିଲେ l ତେବେ ୱାୟନାଡ଼ରେ ଭୂସ୍ଖଳନ ହେବା ପରେ ସ୍ୱୀକୃତି ନିଖୋଜ ହୋଇଥିଲେ। ପରେ ଉଦ୍ଧାର ହେବା ସହ ଚିକିତ୍ସା ଚାଲୁ ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Revenue Minister | Argus News