Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ସର୍କିଟ ହାଉସଠାରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ

Odisha

ସର୍କିଟ ହାଉସଠାରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସର୍କିଟ ହାଉସଠାରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ

ଅର୍ଗସ ବ୍ୟୁରୋ:  ସମ୍ବଲପୁର ସର୍କିଟ ହାଉସଠାନେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ । ବୈଠକନେ ଜ଼ିଲ୍ଲା ପ୍ରଶାସନର ସବୁ ଅଧିକାରୀ ସାମିଲ । ଜ଼ିଲ୍ଲାର ଧାନ ଠୁଲ ବ୍ୟବସ୍ଥା ବାବଦେ ଜ଼ିଲ୍ଲା ପ୍ରଶାସନିକ ଅଧିକାରୀଙ୍କର ସାଙ୍ଗେ କଥା ହେଇଛନ୍ ସୁରେଶ ପୂଜାରୀ l ରାଜ୍ୟ ସରକାରଙ୍କର ତରଫୁଁ ହେଇଥିବାର ନୂଆ ଏମଏସପି ଟଙ୍କା କେନ୍ତା ଠିକନା ହିସାବେ ଚାଷୀ ଆକାଉଣ୍ଟକେ ଯିବା ଆର୍ କଟନୀ ଛଟନୀ କେନ୍ତା ନାଇଁ ହେବା ତାର୍ ଉପରେ ଆଲୋଚନା କରିଛନ । ମିଟିଂ ଉତାରୁ ରାଜସ୍ଵ ମନ୍ତ୍ରୀ ବରେଇପାଲି ମାର୍କେଡ ୟାଡ ବୁଲି ଦେଖଛନ ।

Rmc ମାର୍କେଡ ୟାଡନେ ଧାନ ଠୁଲ ହେବାର ସାଙ୍ଗେ ପରିବା ଭିଲ୍ ରଖାଯିବାର ବ୍ୟବସ୍ଥା ରହିଛେ  l ଫି ସବ ଡିଭିଜନନେ ଗୁଟେ ଗୁଟେ ବଡ଼ ବଡ଼ କୋଲଡ ଷ୍ଟୋରେଜ ବନା ହେବା ବଲି ସରକାର ନିଷ୍ପତ୍ତି ନେଇଛନ । ସମ୍ବଲପୁର ଅଞ୍ଚଲନେ ପରିବା ଚାଷ ଲାଗି ଚାଷୀଙ୍କୁ ପ୍ରତ୍ସାହନ ଦେବାର ଲାଗି ପ୍ରଶାସନକେ ନିର୍ଦ୍ଧେଶ ଦେଇଛନ୍ ସୁରେଶ l ଧାନ ଚାଷ ସାଙ୍ଗେ ବିନ ଭିନ୍ନ ପନିପରିବା, ଡାଲି ଜାତୀୟ ଶସ୍ୟ ଚାଷ କରିବାର ଲାଗି  ଚାଷୀଙ୍କୁ କୁହାଯିବା l ତାଙ୍କର ଉତ୍ପାଦିତ ଶସ୍ୟ ବିକ୍ରି ଲାଗି ଠିକନା ବଜ଼ାର ବ୍ୟବସ୍ଥା କରାଯିବା l

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Revenue Minister Suresh Pujari holds review meeting in Sambalpur | Argus News