ଆକ୍ସନ୍ ମୋଡ଼ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

Key Points
- ପିସି କାରବାରରେ ଲିପ୍ତ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ତାଗିଦ୍
- ଏଣିକି ଦୁର୍ନୀତିକୁ କରାଯିବନି ବରଦାସ୍ତ, ନିଆଯିବ ତୁରନ୍ତ ଆକ୍ସନ୍
- ଭୁବନେଶ୍ବର ତହସିଲ୍ କାର୍ଯ୍ୟାଳୟକୁ ସୁରେଶ ପୂଜାରୀଙ୍କ ସରପ୍ରାଇଜ୍ ଭିଜିଟ୍
- ସାଧାରଣ ଲୋକଙ୍କ ସମସ୍ୟା ଶୁଣିଲେ, ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
- ଜନତା-ପ୍ରଶାସନିକ ଅଧିକାରୀଙ୍କୁ କଲେ ମୁହାଁମୁହିଁ
- କହିଲେ, ଯିଏ ଦୁର୍ନୀତିରେ ଲିପ୍ତ ଯିବ ଜେଲ୍
ଅର୍ଗସ ବ୍ୟୁରୋ: ଆକ୍ସନ୍ ମୋଡ଼ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମଙ୍ଗଳବାର ଅଚାନକ୍ ଭୁବନେଶ୍ବର ତହସିଲ କାର୍ଯ୍ୟାଳୟରେ ପହଞ୍ଚି ସାଧାରଣ ଲୋକ, ଓକିଲ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କିଭଳି କାର୍ଯ୍ୟ ହେଉଛି, କିପରି ଲୋକେ ସେବା ପାଉଛନ୍ତି, ଅଭିଯୋଗ ନେଇ ପଚାରି ବୁଝିଥିଲେ । ଲୋକଙ୍କ ସୁବିଧା ପାଇଁ ରୂପରେଖ ପ୍ରସ୍ତୁତ କରିବାକୁ ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।.. ଖୁବଶୀଘ୍ର ଭୂମି, ଘର, ଜାତି ଭଳି ପ୍ରମାଣପତ୍ର ଆବେଦନ ଓ ମିଳିବା ନେଇ ସମୟ ସୀମା ଧାର୍ଯ୍ୟ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୋଗ ଏବଂ ବ୍ୟବସ୍ଥା ନେଇ ଯଦି କୌଣସି ଭଲ ଉପାୟ ଥିଲେ ମନ୍ତ୍ରୀଙ୍କୁ ସିଧାସଳଖ ଭେଟି ଜଣାଇବାକୁ କହିଛନ୍ତି ମନ୍ତ୍ରୀ ।
ବିଡିଓ-ତହସିଲରେ ସମନ୍ବୟ ନଥିବା କହି ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜସ୍ବ ମନ୍ତ୍ରୀ। ଏଥିସହ ପିସି କାରବାର କିମ୍ବା ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି। ଦୁର୍ନୀତି ନେଇ କୌଣସି ପ୍ରମାଣ ମିଳିଲେ କାହାରିକୁ ଛଡା ଯିବନି ବୋଲି ଚେତାବନୀ ଦେଇଛନ୍ତି ।
25 ବର୍ଷ ଶାସନରେ ବିଜେଡି ସମ୍ପୂର୍ଣ୍ଣ ଦୁର୍ନୀତିରେ ବୁଡିଥିଲା । ଯାହାକୁ ଜନତା କଲେନି ବରଦାସ୍ତ । ଏବେ ଓଡ଼ିଶାରେ ଆସିଛି ପରିବର୍ତ୍ତନ । ମୋଦିଙ୍କ ନାରା ନା ଖାଉଙ୍ଗା ନା ଖାନେ ଦୁଙ୍ଗା । ଦୁର୍ନୀତିଗ୍ରସ୍ତଙ୍କୁ ଏଠି ନାହିଁ ମାଫ୍ ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...