Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି କଥା ନ କହିବା ଭଲ

Odisha

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି କଥା ନ କହିବା ଭଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି କଥା ନ କହିବା ଭଲ

ଅର୍ଗସ ବ୍ୟୁରୋ:  କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କମରା ପଞ୍ଚୟତର ଖଟୁଲୁ ଗୁଡା  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । 1990 ମସିହାର ଏହି  ବିଦ୍ୟାଳୟରେ ଏପର୍ଯ୍ୟନ୍ତ  ଆବଶ୍ୟକ ଶ୍ରେଣୀ ଗୃହ  ନିର୍ମାଣ ହୋଇ ପାରିନି। ୩ଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲିଛି। ପ୍ରଥମ ରୁ ତୃତୀୟ ଯାଇ ଗୋଟିଏ ପଟେ । ଚତୁର୍ଥ ଓ ପଞ୍ଚମ ଗୋଟେ ଏବଂ  ସପ୍ତମ ଅଷ୍ଟମ  ଗୋଟେ ପାଖେ ପାଠ ପଢା ଯାଉଛି। ଏକ ରୁମରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୬୨ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ଶିକ୍ଷାଦାନ ପାଇଁ କେବକ ୩ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଅଛନ୍ତି। କେବଳ ସେତିକି ନୁହେଁ, ଶ୍ରେଣୀ ଗୃହର ଅବସ୍ଥା ବି ପୁରା ବେହାଲ । ବର୍ଷା ଦିନେ ଦୁଇଟି ଶ୍ରେଣୀ ଗୃହରେ ପାଣି ଗଲୁଛି। ଫଳରେ ଶିକ୍ଷା ଦାନ ପ୍ରଭାବିତ ହେଉଛି। ତେଣୁ ନୂତନ ଶ୍ରେଣୀଗୃହ ସହ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି ଛାତ୍ର ଛାତ୍ରୀ ଏବଂ ଅଭିଭାବକ।

ସେପଟେ ଶ୍ରେଣୀ ଗୃହ ନିର୍ମାଣ ପାଇଁ  ପ୍ରଶାସନ ନିକଟରେ ଅନେକ ଥର ଦାବି କରିଛନ୍ତି ଗ୍ରାମବାସୀ । ହେଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଅନ୍ୟ ପଟେ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ଥିବାରୁ ପାଠ ପଢା ରେ ବହୁ ଅସୁବିଧା ହେଉଥିବା କହିଛନ୍ତି ବିଦ୍ୟାଳୟର ଶିକ୍ଷକ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
reverse education system | Argus News