Videos
|
Odisha

ଦ୍ବାରଶୁଣି ଘାଟି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ

Ritu Das
Browse all articles by Ritu Das
·1 year ago·1 min read
ଦ୍ବାରଶୁଣି ଘାଟି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ

ଅର୍ଗସ ବ୍ୟୁରୋ: ଯମ ଘାଟି ବୁଲାଉଥିବା ଦ୍ବାରଶୁଣି ଘାଟି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା ଆରମ୍ଭ ହୋଇଛି। ଡବଲ ଇଞ୍ଜିନ ସରକାର ସମୟରେ କାର୍ଯ୍ୟର ହେଉଛି ତ୍ଵରାନ୍ବିତ। ଦୀର୍ଘ ବର୍ଷର ଦାବି ପୂରଣ ପରେ ଚାଲିଛି ଜାତୀୟ ରାଜପଥ ୪୯ନମ୍ବର ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦ୍ବାରଶୁଣି ଘାଟିର ପ୍ରଶସ୍ତିକରଣ ଓ ସମ୍ପ୍ରସାରଣ କାର୍ଯ୍ୟ। ଏହାର ସମୀକ୍ଷା କରିଛନ୍ତି ରାଜ୍ୟ ସରକାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣାନନ୍ଦ ମହାପାତ୍ର ଓ ସାଂସଦ ନବ ଚରଣ ମାଝି।

ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ସ୍ଥାନୀୟ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ, ସାରସକଣା ବିଧାୟକ ଭାଦବ ହାଁସଦା, ଜାତୀୟ ରାଜପଥର ପି.ଡି. ଓ ସରକାରୀ ଅଧିକାରୀ ମାନେ। ଦୁଇ ଦିନ ମଧ୍ୟରେ ଖାଳ ଓ ଗର୍ତ୍ତ ହୋଇଥିବା ସ୍ଥାନର ପ୍ୟାଚ କାମ ସରିବ। ରାସ୍ତାର କାମ ସମ୍ପୂର୍ଣ୍ଣ ପାଇଁ ଡବଲ ସ୍ପିଡ ରେ କାମ କରିବ ଡବଲ ଇଞ୍ଜିନ ସରକାର। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Reviewed the widening | Argus News