Videos
|
Odisha

ସାର ୟୁନିଟ୍‌ ଗୁଡିକର ପୁନରୁଦ୍ଧାର କରିବା ମୋଦୀ ସରକାରଙ୍କ ପ୍ରାଥମିକତା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସାର ୟୁନିଟ୍‌ ଗୁଡିକର ପୁନରୁଦ୍ଧାର କରିବା ମୋଦୀ ସରକାରଙ୍କ ପ୍ରାଥମିକତା

ଅର୍ଗସ ବ୍ୟୁରୋ: ବହୁ ପ୍ରତିକ୍ଷୀତ ତାଳଚେର ସାରଖାନାର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରିବାକୁ ମଙ୍ଗଳବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ଢ଼େଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ଓଡିଶା ବିଶେଷ ଭାବରେ ଅନୁଗୋଳ ଓ ଢ଼େଙ୍କାନାଳବାସୀଙ୍କ ସ୍ୱାର୍ଥ ଉପରେ ଗୁରୁତ୍ୱାରୋପ କରି ପତ୍ରରେ ଶ୍ରୀ ପାଣି ଉଲ୍ଲେଖ କରିଛନ୍ତି ଯେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାମରେ ବିଳମ୍ୱ ପରିଲକ୍ଷିତ ହୋଇଛି। ଦୁର୍ବଳ ହୋଇପଡିଥିବା ସାର ୟୁନିଟ୍‌ ଗୁଡିକର ପୁନରୁଦ୍ଧାର କରିବା ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ଏକ ନୀତିଗତ ପ୍ରାଥମିକତାରେ ରହିଛି। ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ତାଳଚେର ସାର କାରଖାଡ଼ାକୁ ଗସ୍ତ କରିବା ସହ ପରିଦର୍ଶନ କରିଥିଲେ। ତେବେ କୋଭିଡ୍‌ ମହାମାରୀ କାରଣରୁ କାରଖାନାର ପୁନରୁଦ୍ଧାର କାମରେ ବିଳମ୍ୱ ହୋଇଥିଲା। ବର୍ତ୍ତମାନ ଜାରି ରହିଥିବା କାରଖାନାର ନିର୍ମାଣ କାର୍ଯ୍ୟ ଧୀମା ଗତିରେ ଚାଲିଥିବାରୁ ଚିନ୍ତାପ୍ରକଟ କରିବା ସହ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ସେ ପତ୍ରରେ ଉଲ୍ଲେଖ କରିଛନ୍ତି।

ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ ଟେକ୍ନୋଲୋଜି ଆଧାରିତ ତାଳଚେର ସାର କାରଖାନା ୟୁରିଆ ଉତ୍ପାଦନ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ୱୀ କରିବ। ଏହାଦ୍ୱାରା ଚାଷୀମାନେ ଉପକୃତ ହେବା ସହ ସର୍ବାଧିକ ବ୍ୟବହୃତ ହେଉଥିବା ସାର ୟୁରିଆର ଆମଦାନୀ ହ୍ରାସ ହୋଇପାରିବ। ତାଳଚେର ସାର କାରଖାନା ରାଜ୍ୟର ସାର ଓ ଅନ୍ୟାନ୍ୟ ଶୀଳ୍ପକୁ ବ୍ୟାପକ ପ୍ରୋତ୍ସାହନ ଦେଇ ଓଡିଶାର ଶିଲ୍ପ ଓ ଆର୍ଥିକ ଅଭିବୃଦ୍ଧି ଦିଗରେ ପ୍ରଗତି ଓ ସମୃଦ୍ଧିର ଏକ ନୂଆ ପଥ ତିଆରି କରିବ। ଏହା ଓଡିଶାର ଯୁବବର୍ଗଙ୍କ ପାଇଁ ନିଯୁକ୍ତ ସୁଯୋଗ ସୃଷ୍ଟି କରିବା। ଏହି ପରିପ୍ରେକ୍ଷୀରେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ସାଂସଦ ଶ୍ରୀ ପାଣି କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଜେପି ନଡ୍ଡାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Revival of fertilizer units is Modi government's priority | Argus News