Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୃଷିରେ ପୁରସ୍କାର ପ୍ରବଳ, ଆୟରେ ଚାଷୀ ଦୁର୍ବଳ 

Odisha

କୃଷିରେ ପୁରସ୍କାର ପ୍ରବଳ, ଆୟରେ ଚାଷୀ ଦୁର୍ବଳ 

Manini Pattanayak
Browse all articles by Manini Pattanayak
·2 years ago·2 min read
କୃଷିରେ ପୁରସ୍କାର ପ୍ରବଳ, ଆୟରେ ଚାଷୀ ଦୁର୍ବଳ 

 ଗଞ୍ଜମା:  କୃଷିରେ ପୁରସ୍କାର ପ୍ରବଳ, ଆୟରେ ଚାଷୀ ଦୁର୍ବଳ । 24 ବର୍ଷର ସ୍ଥିର ସରକାରର ଅପାରଗତାରୁ ଶୀତଳ ଭଣ୍ଡାର ଧୋକାର ଶୀକାର ଚାଷୀ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚାଷ ଜମିରେ ସଢୁଛି କ୍ବିଣ୍ଟାଲ କ୍ବିଣ୍ଟାଲ କୋବି ଓ ଟମାଟୋ । ବିଜେଡି ସରକାରଙ୍କ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବା ପ୍ରତିଶୃତି ପାଲଟିଛି ପାଣିର ଗାର ।... 
  ଆଜିକୁ କିଛି ମାସ ତଳେ ଗୋଟା ୩୦-୪୦ ଟଙ୍କାରେ ବିକ୍ରି ହେଉଥିଲା ଫୁଲ କୋବି। ଏବେ ଟଙ୍କାଟିଏଠୁ ବି କମ୍ ।  ତୋଳିଲେ ମଜୁରୀ ବି ଉଠିବନି। ସେଥିପାଇଁ ବିଲରେ ପଚିବାକୁ ଛାଡି ଦେଇଛି ଚାଷୀ।….. ଇଏ ଦୃଶ୍ୟ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର । ଶୀତଳଭଣ୍ଡାର ନ ଥିବାରୁ  କୋବି ଗୋଟା ଟଙ୍କାଟିଏ ଏବଂ ଟମାଟୋ କିଲୋ ଦୁଇ ଟଙ୍କାରେ ଚାଷୀ ବାଧ୍ୟରେ ବିକୁଛି। ନ ହେଲେ  ବିଲରେ ଏମିତି ଷଢୁଛି ପନି ପରିବାର। ଶୀତଳଭଣ୍ଡାର ଥିଲେ ଏହାକୁ ସଂରକ୍ଷିତ ରଖିପାରିଥାନ୍ତେ ଚାଷୀ । ..ସମସ୍ୟା କେବଳ ଛତ୍ରପୁର ନିର୍ବାଚନ  ମଣ୍ଡଳୀ ସିପକୁଦାର ନୁହେଁ ଜିଲ୍ଲା ସାରା ଶୀତଳ ଭଣ୍ଡାର ଅଭାବର ପରିଣାମ ଭୋଗୁଛନ୍ତି ଚାଷୀ ।….

 କ୍ଷେତରେ ରାଜ୍ୟର ଗରିବ ଚାଷୀ  ଝାଳ ବୁହାଇ ଉତ୍ପାଦନ କରୁଛି ସୁନାର ଫସଲ। ମାତ୍ର ସଂରକ୍ଷଣ ପାଇଁ ନାହିଁ ଶୀତଳ ଭଣ୍ଡାର। ଅଭାବୀ ବିକ୍ରିର ଶିକାର ଚାଷୀ ଶାଗମାଛ ଦରରେ ବିକୁଛି ପନିପରିବା । .. ସବୁ ବ୍ଲକରେ ଶୀତଳ ଭଣ୍ଡାରର ପ୍ରତିଶ୍ରୁତି ଦେଇଥିଲେ ବିଜେଡି ସରକାର। ମାତ୍ର ଇଏ ହିଁ ଗ୍ରାଉଣ୍ଡର ବାସ୍ତବତା। … ବଡ ପ୍ରଶ୍ନ, କଣ କରୁଛନ୍ତି ସ୍ଥାନୀୟ ବିଧାୟକ ସୁବାସ ସାହୁ ? ନିଜ ଜିଲ୍ଲା ଖବର ମୁଖିଆଙ୍କ ପାଖରେ ଅଛି ତ ?

 କେବଳ ଗଞ୍ଜାମ ନୁହେଁ ସାରା ରାଜ୍ୟରେ ଚାଷୀଙ୍କୁ ବିଜେଡି ସରକାରର ପ୍ରତାରଣା। କାଳିଆ ଟଙ୍କା ହେଉ କି ଶୀତଳଭଣ୍ଡାର କିମ୍ବା ଜଳସେଚନ ସବୁଥିରେ ପ୍ରତାରଣାର ଶିକାର ଚାଷୀ । ସବୁ ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି କହିଥିଲେ ବିଜେଡି ସରକାର। କିନ୍ତୁ ବିଧାନସଭାରେ କୃଷିମନ୍ତ୍ରୀଙ୍କ ତଥ୍ୟ ଅନୁସାରେ 133 ଶୀତଳ ଭଣ୍ଡାରରୁ 97 ଟି ଅଚଳ... ମାତ୍ର 36 ଟି କାର୍ଯ୍ୟକ୍ଷମ...ଅଧିକ ଉତ୍ପାଦନ ବେଳେ କେତେବେଳ ଟମାଟୋ ରାସ୍ତାରେ ଫୋପଡା ହେଉଛି ତ କେତେବେଳେ କୋବି ବିଲରେ ଷଢୁଛି.. ସେଥିପାଇଁ ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ ମାତ୍ର 5112 ଟଙ୍କା। ଯାହାକି ଦେଶରେ ଦ୍ବିତୀୟ ସର୍ବନିମ୍ନ। ସରକାରଙ୍କୁ ପ୍ରଶ୍ନ, ପନିପରିବା ସଂରକ୍ଷଣ ନ କରି ଆଉ କେତେ ଦିନ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବ ଓଡିଶା ? ଜବାବ ରଖିବେ ୨୪ ବର୍ଷର ସ୍ଥିର ବିଜେଡି ସରକାର ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus Whatsapp Channel Mobile Top
Sponsored
Rewards are strong in agriculture, farmers are weak in income | Argus News