Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜମି ପଟ୍ଟା କରି ଦେବା ପାଇଁ ନେଉଥିଲେ 5 ହଜାର

Odisha

ଜମି ପଟ୍ଟା କରି ଦେବା ପାଇଁ ନେଉଥିଲେ 5 ହଜାର

Smruti Parija
Browse all articles by Smruti Parija
·1 year ago·1 min read
ଜମି ପଟ୍ଟା କରି ଦେବା ପାଇଁ ନେଉଥିଲେ 5 ହଜାର

କନ୍ଧମାଳ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI । ଜମି ପଟ୍ଟା କରି ଦେବା ପାଇଁ ନେଉଥିଲେ 5 ହଜାର ଟଙ୍କା । କୋଟଗଡ଼ ତହସିଲ ଅନ୍ତର୍ଗତ ଦୁର୍ଗାପାଙ୍ଗା ପଞ୍ଚାୟତର RI ଦିଲୀପ କୁମାର ସାହୁ ଜମି ପଟ୍ଟା ପ୍ରଦାନ କରିବା ପାଇଁ 5 ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଗିରଫ କରିଛି । 

ପୂର୍ବରୁ ଜମି ପଟ୍ଟା ପ୍ରଦାନ କରିବା ନିମନ୍ତେ ଜଣେ ବ୍ୟକ୍ତିଙ୍କ ଠାରୁ RI 5 ହଜାର ଟଙ୍କା ଦାବି କରିଥିଲେ । ବାରମ୍ବାର ଦାବି କରିବା ପରେ ବ୍ୟକ୍ତି ଜଣଙ୍କ 5 ହଜାର ଟଙ୍କା ଦାବି ପାଇଁ ରାଜି ହୋଇଥିଲେ । ଓ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ସହ ଯୋଗାଯୋଗ କରିଥିଲେ । RI ଜଣଙ୍କ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଟଙ୍କା ସହ ଧରିଛି ଭିଜିଲାନ୍ସ ଦଳ । 

କୋଟଗଡ଼ ସରକାରୀ ବାସଭବନ ଓ ନିଜ ପୈତୃକ ଘର ଖଜୁରୀପଡ଼ାରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର... 
 

Argus Whatsapp Channel Mobile Top
Sponsored
RI in the surveillance net-for-taking-bribe-five-thausand | Argus News