Videos
|
Odisha

ଜାଲ୍ କାର୍ଡରେ ଦଳୀୟ ଆଧାରରେ ଚାଉଳ ବାଣ୍ଟିବାର ହେବ ପର୍ଦ୍ଦାଫାସ୍

Ritu Das
Browse all articles by Ritu Das
·2 years ago·1 min read
ଜାଲ୍ କାର୍ଡରେ ଦଳୀୟ ଆଧାରରେ ଚାଉଳ ବାଣ୍ଟିବାର ହେବ ପର୍ଦ୍ଦାଫାସ୍

ଅର୍ଗସ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହେବ ନକଲି ଖାଉଟି କାର୍ଡର ଯାଞ୍ଚ ପ୍ରକ୍ରିୟା । ଚିହ୍ନଟ ହେବେ ଭୂତ ହିତାଧିକାରୀ। ମୃତବ୍ୟକ୍ତିଙ୍କ ନାଁରେ ଥିବା ରାସନ କାର୍ଡ ଚିହ୍ନଟ କରାଯିବ। ସେ କାର୍ଡରେ ଯେଉଁମାନେ ରାଶନ ଚଳୁ କରୁଛନ୍ତି ସେମାନଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏମିତି ଇସାରା ଦେଇଛନ୍ତି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ । 

ରାଜ୍ୟରେ ଏବେ ପ୍ରାୟ 3 କୋଟି 26 ଲକ୍ଷ ହିତାଧିକାରୀ ରାସନ କାର୍ଡ ଜରିଆରେ ଚାଉଳ ପାଉଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୫୦ ଲକ୍ଷ ଭୂତ ହିତାଧିକାରୀ। ଏ ନେଇ ଅର୍ଗସ୍ ବାରମ୍ବାର ଖବର ପ୍ରସାରଣ କରିଥିବାବେଳେ ଏବେ ରାଶନ ଆତ୍ମସାତ କରୁଥିବା ଲୋକଙ୍କୁ ସତର୍କ କରାଇ ଦେଇଛନ୍ତି ରାଜ୍ୟ ସରକାର। 2014 ରୁ 2021 ମଧ୍ୟରେ ରାଜ୍ୟର 6 ଲକ୍ଷ 86 ହଜାର 211 ଜାଲି ରାସନ କାର୍ଡ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଥିଲା ।

ଏହାକୁ ଆଧାର କରି ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାରେ ବିଚାର ବେଳେ ଉଚ୍ଚ ନ୍ୟାୟାଳୟ ଖାଦ୍ୟ ସୁରକ୍ଷା ଯୋଜନାର ସୋସିଆଲ ଅଡିଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସାରା ରାଜ୍ୟରେ ବିଜେଡି ନେତାମାନେ ରାଶନକାର୍ଡ ହିତାଧିକାରୀ ଚୟନରେ ବହୁ ଚଞ୍ଚକତା କରିଥିଲେ। ଦଳୀୟ ଭିତ୍ତିରେ ମନଇଚ୍ଛା ହିତାଧିକାରୀ ଯୋଡ଼ିଥିବାବେଳେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇଥିଲେ। ଏବେ ଏମିତି କରିଥିବା ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। 

ଏତିକି ନୁହେଁ ଦୁର୍ଗମ ଅଞ୍ଚଳ ବିଶେଷ କରି ରାସ୍ତା ନ ଥିବା ଗାଁ ଗୁଡ଼ିକରେ କେମିତି ସରକାରଙ୍କ ଦ୍ବାରା ଦିଆଯାଉଥିବା ମାଗଣା ରାଶନ ପହଞ୍ଚିବ ତା ଉପରେ ଗୁରୁତ୍ବ ଦେଉଛନ୍ତି ସରକାର। ମନ୍ତ୍ରୀ କହିଛନ୍ତି ଏ ନେଇ ଜିଲ୍ଲାପାଳମାନଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଉଛି। ନୂଆ ଟିମ ଗଠନ ହେବ। ଖାଦ୍ୟ ନିରୀକ୍ଷକ ପଦବୀ ବି ପୂରଣ ହେବ। ଫଳରେ ମାସକୁ ଥରେ ଖାଦ୍ୟର ମାନ ଯାଞ୍ଚ କରାଯାଇପାରିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

rice distribution | Argus News