ଓଜନରେ ହେରାଫେରି, ପିଡିଏସ୍ ହିତାଧିକାରୀଙ୍କ ଚାଉଳ ଲୁଟ୍

ଅର୍ଗସ ବ୍ୟୁରୋ: ପିଡିଏସ୍ ଚାଉଳ ରେ ମହା ହରିଲୁଟ୍ ର ଏକ ନିରାଟ ସତ୍ୟର ଝଲକ ଆଦିବାସୀ ଅଦୁଷିତ ମୟୂରଭଞ୍ଜ ବେତନଟୀଗଡଦେଉଳିଆ ପଞ୍ଚାୟତର ୪ ନମ୍ବର ଓ୍ବାର୍ଡ ବାଲକା ଗ୍ରାମରେ ଦେଖିବାକୁ ମିଳିଛି। ଆଜିକୁ ୧୦ବର୍ଷ ହେବ ଏହି କେନ୍ଦୁଆ ପଞ୍ଚାୟତ ଦଲଦଲି ଗ୍ରାମର ପିଡିଏସ୍ ଡିଲର ହରିଶ୍ଚନ୍ଦ୍ର ମାହାର୍ଣ୍ଣା ଚାଉଳ ଓ କିରୋସିନ ବଣ୍ଟନ କରିଆସୁଛନ୍ତି । ହେଲେ ଗ୍ରାହକଙ୍କ ସରଳତାର ସୁଯୋଗ ନେଇ ପ୍ରତି ମାସରେସେ ଓଜନ କଣ୍ଟାର ହେରାଫେରି କରି କାର୍ଡ ପିଛା ୨ ରୁ ୩ କିଲୋଗ୍ରାମ ଚାଉଳ କାଟି ଲୋକଙ୍କୁ ଠକିଆସୁଥିଲେ । ତେବେ କେନ୍ଦ୍ର ସରକାର ଲୋକମାନଙ୍କୁ ଭୋକ ଉପାସରେ ନରହିବା ପାଇଁ ଏକାଳିନ ଚାରିମାସର ଚାଉଳ ସବୁ ପରିବାର କୁ ଯୋଗାଇ ଦେଉଥିବା ବେଳେ ଲୁଟି ଚାଲିଛନ୍ତି ଦୁର୍ନୀତିଗ୍ରସ୍ତ କଣ୍ଟ୍ରୋଲ ଡିଲର ।
ତେବେ ସର୍ବ ସମ୍ମୁଖରେ ସମସ୍ତଙ୍କ ଚକମା ଦେଖାଇ ପ୍ରତି ମାସ ଏହି ଗରିବ ଲୋକଙ୍କ ଠାରୁ କାର୍ଡ ପିଛା ୨ ରୁ ୩ କିଲୋଗ୍ରାମ ଚାଉଳ ଲୁଟ୍ କରିଆସୁଥିବା କଣ୍ଟ୍ରୋଲ ଡିଲରକୁ ରଙ୍ଗେ ହାତରେ ଧରା ପଡିଲା ପରେ ସମସ୍ତ ଗ୍ରାମବାସୀ ବୈଶିଙ୍ଗା ଥାନା ଏବଂ ବେତନଟୀ ବ୍ଲକ୍ ର ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ଦେବାପରେ ମଧ୍ୟ କାହିଁକି ସେହି ସରକାରଙ୍କ ସ୍ବୀକାର ପ୍ରାପ୍ତ ପିଡିଏସ୍ କଣ୍ଟ୍ରୋଲ ଡିଲର ହରିଶ୍ଚନ୍ଦ୍ର ମାହାର୍ଣ୍ଣା ଙ୍କ ପ୍ରତି ଅଭିଯୋଗ ର ୧୮ ଦିନ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ବଦଳରେ ଘଣ୍ଟ ଘୋଡା ଯାଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: