Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ

Odisha

ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ

Arpita Mohanty
Browse all articles by Arpita Mohanty
·1 year ago·1 min read
ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ

ଅର୍ଗସ ବ୍ୟୁରୋ: ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ l ନଷ୍ଟ ହେଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ ଏବଂ ଧାନ। ଆଉ ଅଳ୍ପକେ ବର୍ତିଲେ କର୍ମଚାରୀ । ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତ ତିନି ଦିନ ଧରି ନବରଙ୍ଗପୁରରେ ପ୍ରବଳ ମାତ୍ରାରେ ବର୍ଷା ଲାଗିରହିଛି । ଯାହାର ପ୍ରଭାବରେ ନବରଙ୍ଗପୁର ପ୍ରାଇଭେଟ ବସ ଷ୍ଟାଣ୍ଡ ନିକଟସ୍ଥ ବଜରଙ୍ଗୀ ରାଇସ ମିଲ ଭୁଶୁଡି ପଡିଛି । ବର୍ଷା ପାଣି ପସି ରାଇସ ମିଲ ଭିତରେ ଥିବା ତିନି ହଜାର କ୍ୱିଣ୍ଟାଲର ସରକାରୀ ଚାଉଳ ଏବଂ ଧାନ ସବୁ ନଷ୍ଟ ହୋଇଯାଇଛି । 

ସୂଚନା ଅନୁଯାୟୀ ପ୍ରାୟ ୩୦ ଲକ୍ଷ ଟଙ୍କାର ଚାଉଳ ମିଲରେ ଥିଲା ଯାହା ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ଯୋଗାଣ ପାଇଁ ରହିଥିଲା । ଦୁଇ ମହଲା ବିଶିଷ୍ଟ ସେହି କୋଠାରେ ୫ ଜଣ କର୍ମଚାରି ରୁହନ୍ତି । ସମସ୍ତ କର୍ମଚାରୀ ରାତ୍ରି ଭୋଜନ ପାଇଁ ଘରକୁ ଯାଇଥିବାରୁ ଅଘଟଣରୁ ବର୍ତ୍ତୀ ଯାଇଛନ୍ତି ।  ତେବେ ଘଟଣା ବାବଦରେ ଯୋଗାଣ ବିଭାଗ ଅଧିକାରୀଙ୍କୁ ଅବଗତ କରାଯାଇବେଳେ ଧାନ ଗୁଡିକୁ କିପରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ ସେନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଓ ତାଙ୍କ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରିଛନ୍ତି ମିଲ ମାଲିକ ବିକାଶ ଅଗ୍ରୱାଲ। ଅପରପକ୍ଷରେ ସ୍ଥାନୀୟ ଅଞ୍ଚଳର ସମସ୍ତ ମିଲ ମାଲିକ ପହଞ୍ଚି କ୍ଷତି ପୂରଣ ଦେବା ପାଇଁ ଅନୁରୋଧ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rice mill collapsed due to heavy rain | Argus News