Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗରିବଙ୍କ ଚାଉଳରେ ନେତା ହେଉଥିଲେ ମାଲେମାଲ୍

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଗରିବଙ୍କ ଚାଉଳରେ ନେତା ହେଉଥିଲେ ମାଲେମାଲ୍

ଅର୍ଗସ ବ୍ୟୁରୋ: ଥିଲା ବାଲାଙ୍କୁ ମିଳୁଛି ଗରିବଙ୍କ ପାଇଁ ଉଦ୍ଦିଷ୍ଟ ମାଗଣା ଚାଉଳ। ଗରିବ ବଞ୍ଚିତ ହେଉଛନ୍ତି ହେଲେ ଚାରିଚକିଆ ଥାଇ ବି ମାଗଣା ଚାଉଳ ନେଉଛନ୍ତି ଥିଲାବାଲା। ଚାଉଳ ଘୋଟାଲାର କେନ୍ଦ୍ରସ୍ଥଳ  ପାଲଟିଛି ଡିଲର ପଏଣ୍ଟ। ଜଣେ ଜଣେ ଡିଲରଙ୍କ  ପାଖରେ 100ରୁ 500 ପର୍ଯ୍ୟନ୍ତ ରହିଛି ଭୁତ ହିତାଧିକାରୀଙ୍କ ହିସାବ।ଲୋକ ନାହାଁନ୍ତି କିନ୍ତୁ ସେମାନଙ୍କ ନାଁରେ ଚାଉଳ ଉଠୁଛି। ବିଜେଡି ସରକାରର ଏ ପିଡିଏସ ଘୋଟାଲକୁ ଧରିଛନ୍ତି ନୂଆ ଯୋଗାଣ ମନ୍ତ୍ରୀ।

ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ସ୍ତରରେ ଏବେ ସୁଦ୍ଦା 25 ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଗଲାଣି। ଯେଉଁ ମାନେ ବର୍ଷ ବର୍ଷ ଧରି ଚାଉଳ ନେଉଥିଲେ। ଅର୍ଥାତ 3 କୋଟି 26 ଲକ୍ଷ ଲୋକଙ୍କ ପାଇଁ କେନ୍ଦ୍ରର ଗରିବ କଲ୍ୟାଣ ଯୋଜନାରେ ଆସୁଥିବା ଚାଉଳକୁ ପ୍ରାୟ କୋଟିଏ ଅଯୋଗ୍ୟ ନେଉଛନ୍ତି। ଏବେ ଏ ଅଯୋଗ୍ୟଙ୍କୁ କାଟି ଯୋଗ୍ୟଙ୍କୁ ଯୋଡିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ବିଜେପି ସରକାର 100 ଦିନ ଭିତରେ ସବୁ ଗରିବଙ୍କ ପାଖରେ ଚାଉଳ ପହଁଞ୍ଚାଇବେ।

ଏପଟେ  ଯାଜପୁରରେ ପିଏଡିଏସ ସ୍କାମରେ ବିଜେଡି ନେତାଙ୍କ ସଂପୃକ୍ତିର ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁ। ବିଧାୟକଙ୍କ ଅଭିଯୋଗ ମାମୁ ଭଣଜା ଘାଇ ପରି   ଜିଲ୍ଲାରେ କୋଟି କୋଟି  ଟଙ୍କାର ପିଡିଏଏସ ସ୍କାମରେ ଅଛନ୍ତି ମାମୁ ଭଣଜା ଯୋଡି ତଥା  ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ମାମୁଁ ପ୍ରଫୁଲ୍ଲ ସାହୁ। ଅର୍ଗସର ମହାପଞ୍ଚାୟତରେ ବିଧାୟକ ଏହି ପୋଲ୍ ଖୋଲି ଥିବା ବେଳେ  ଧର୍ମଶାଳାର ପିଡିଏସ ଡିଲର ମଧ୍ୟ ଏଥିରେ ମୋହର ମାରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ଶୁଣନ୍ତୁ କେମିତି ବିଜେଡି ସରାକର ଅମଳରେ ଯୋଗ୍ୟକୁ ବାଦ ଦେଇ ଅଯୋଗ୍ୟକୁ ରାସନ ଦେଇ ମହାଘୋଟଲା କରାଯାଉଥିଲା। ରାଜ୍ୟରେ ଏବେ ପ୍ରାୟ 3 କୋଟି 26 ଲକ୍ଷ ହିତାଧିକାରୀ ରାସନ କାର୍ଡ ଜରିଆରେ ଚାଉଳ ପାଉଛନ୍ତି। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ଭୂତ ହିତାଧିକାରୀ ଥିବା ବେଳେ 25 ଲକ୍ଷଙ୍କୁ ଚିହ୍ନଟ କରାଗଲାଣି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
richard was the leader in the rise of the poor | Argus News