Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବରଗଡ଼ ନାଗେନପାଳି ଠାରେ ସଡ଼କ ଦୁର୍ଘଟଣା: ୨ ମୃତ

Odisha

ବରଗଡ଼ ନାଗେନପାଳି ଠାରେ ସଡ଼କ ଦୁର୍ଘଟଣା: ୨ ମୃତ

Ritu Das
Browse all articles by Ritu Das
·2 years ago·1 min read
ବରଗଡ଼ ନାଗେନପାଳି ଠାରେ ସଡ଼କ ଦୁର୍ଘଟଣା: ୨ ମୃତ

ଅର୍ଗସ ବ୍ୟୁରୋ: ୨୦୨୩ ବର୍ଷର ଶେଷ ଦିନରେ ସାଙ୍ଗସାଥୀ  ପରିବାର  ସହିତ ପିକନିକ କରିବାକୁ ଯାଇ ଜୀବନ ହାରିଲେ ଦୁଇ ଯୁବକ । ବରଗଡ଼ ହାଟପଦା ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ମୃତ ଯୁବକ ଦୁଇଜଣ ହେଲେ ବରଗଡ଼ ହାଟପଦା ୩ ନମ୍ବର ଓ୍ବାର୍ଡର ବିଶ୍ୱନାଥ ସାହୁ ଏବଂ ଓ ଅର୍ଜୁନ ରାଉତ। ଉଭୟ ଆଜି ସକାଳୁ ଏକ ହୋଣ୍ଡା ସାଇନ ବାଇକ OD17N6620 ରେ ହୀରାକୁଦକୁ ବଣଭୋଜି କରିବାକୁ ଯାଉଥିବା ସମୟରେ ନାଗେନପାଲି ଏଫସିଆଇ ଗୋଦାମ ସମ୍ମୁଖରେ ଏକ ଟ୍ରକ ବିପରୀତ ଦିଗରୁ ଆସି ତାଙ୍କ ଉପରେ ମାଡି ଯାଇଥିଲା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। 

ତେବେ ଗ୍ରାମାଞ୍ଚଳ ଥାନା ବରଗଡ଼ ପକ୍ଷରୁ ସବଇନ୍ସପେକ୍ଟର ରେଣୁକା ଏକ୍କା ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଯୋଗାଇବା ସହିତ ଓଭରବ୍ରିଜ ପାଖରେ ବେଆଇନ ଭାବରେ ଶତାଧିକ ଟ୍ରକ ଛିଡା ରହୁଥିବା ବେଳେ ତାକୁ ହଟାଇବା ପାଇଁ ଅଞ୍ଚଳରେ ଦାବି ଉଠିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Road accident | Argus News