Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନା ଅଛି ରାସ୍ତା, ନା ମିଳୁଛି ଶୁଦ୍ଧ ପାନୀୟ ଜଳ

Odisha

ନା ଅଛି ରାସ୍ତା, ନା ମିଳୁଛି ଶୁଦ୍ଧ ପାନୀୟ ଜଳ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନା ଅଛି ରାସ୍ତା, ନା ମିଳୁଛି ଶୁଦ୍ଧ ପାନୀୟ ଜଳ

ଅର୍ଗସ ବ୍ୟୁରୋ:  ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପା୍ଝର ପଞ୍ଚାୟତର ଅସନବଣି ଗ୍ରାମ। ଗ୍ରାମରେ ପ୍ରାୟ 300ରୁ ଅଧିକ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ୱାର୍ଡ ନମ୍ବର 4 ରେ ବସବାସ କରୁଥିବା ଆଦିବାସୀ ଲୋକେ ବହୁ କଷ୍ଟରେ ଜୀବନ ଜାପାନ କରୁଥିବା ବେଳେ ପ୍ରଶାସନ କି ନିର୍ବାଚିତ ପ୍ରତିନିଧି କାହାର ବି ପାଦ ଗ୍ରାମରେ ପଡିନି। ଗ୍ରାମକୁ ଭଲ ରାସ୍ତା ଟିଏ ନାହିଁ। ଖରାଦିନେ ଯେମିତି ସେମିତି ଚଳିଯାଏ ,ମାତ୍ର ବର୍ଷା ଦିନ ଆସିଲେ କଥା ସରିଲା..ଗମନାଗମନ ଏକପ୍ରକାର ଠପ ହୋଇଯାଏ। ଆଉ ଗାଁରେ କେହି ରୋଗୀ ଡାକ୍ତରଖାନା ଯିବାକୁ ହେଲେ ଖଟିଆରେ ବୁହା ହୁଅନ୍ତି। 2020-21 ମସିହାରେ ଜାତୀୟ ଗ୍ରାମୀଣି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗ୍ରାମକୁ ପକା ରାସ୍ତା ପାଇଁ 7ଲକ୍ଷ ଟଙ୍କା ମଂଜୁର ହୋଇଥିଲା,କିନ୍ତୁ ଠିକାଦାର କେବଳ କିଛି ମେଟାଲ ଓ ମୁରୁମ ପକାଇ କାମ ସାରିଦେଲେ।

କେବଳ ରାସ୍ତା ନୁହଁ,ଗ୍ରାମରେ ପାନୀୟ ଜଳର ମଧ୍ୟ ଗଭୀର ସମସ୍ୟା ରହିଛି। ବସୁଧା ଯୋଜନାରେ ଉଚ୍ଚ ପାଣିଟାଙ୍କି ନିର୍ମାଣ ହୋଇଛି ହେଲେ ଗ୍ରାମକୁ ସୁଧ ପାନୀୟ ଜଳ ଠିକ ରୂପେ ଯୋଗାଇ ଦିଆଯାଉନି। ପାଇପ ଲାଇନ ବିଛା ଯାଇଛି, ଏହାସହ ଘରକୁ ଘର ଷ୍ଟାଣ୍ଡ ପୋଷ୍ଟ ଯୋଗାଇ ଦିଆଯାଇଛି, ହେଲେ ପାଣିର ଦେଖା ନାହିଁ। ଏଥିପାଇଁ ଗ୍ରାମର ଶେଷ ସୀମାରେ ପୋଖରୀ ତଳେ ଥିବା ଏକ ଚୁଆରୁ ପାଣି ଆଣି ବ୍ୟବହାର କରୁଛନ୍ତି ଲୋକେ ଏବଂ ଅନେକ ସମୟରେ ରୋଗାକ୍ରାନ୍ତ ହେଉଥିବା ମଧ୍ୟ ପ୍ରକାଶ କରିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ଫଳ କିଛି ନମିଳିବାରୁ ବାଧ୍ୟ ହୋଇ ଭୋଟ ବର୍ଜନ କରିବାର ନିଷ୍ପତି ନେଇଛନ୍ତି ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
road and water problem in mayurbhanj | Argus News