Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅପହଞ୍ଚ ଇଲାକାରେ ବାଟ ବଣା ବିକାଶ

Odisha

ଅପହଞ୍ଚ ଇଲାକାରେ ବାଟ ବଣା ବିକାଶ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅପହଞ୍ଚ ଇଲାକାରେ ବାଟ ବଣା ବିକାଶ

ଅର୍ଗସ ବ୍ୟୁରୋ:  ଜୁଜୁମୁରା ବ୍ଲକ ଗଡଲୋଇସିଂହ ପଞ୍ଚାୟତର ବେଲପାଣି ଗାଁ ରେ ମରିମରି ଜୀବନ ଜିଉଛନ୍ତି ୫୦ ପରିବାର। ଗତ ସୋମବାର ଦିନ ବେଲପାଣି ଗ୍ରାମର ସୁମିତ୍ରା ପରେଖ ଅସୁସ୍ଥ ହେବାପରେ ରାସ୍ତା ନଥିବାରୁ ଗାଁରେ ପହଁଞ୍ଚି ପାରିନଥିଲା ଆମ୍ବୁଲାନ୍ସ। ଖଟିଆର ଗ୍ରାମବାସୀ ୨କିଲୋ ମିଟର ବୋହି ନେବାପରେ ଆମ୍ବୁଲାନ୍ସ ଯୋଗେ ବୁର୍ଲା ରେ ଅସୁସ୍ଥ ସୁମିତ୍ରା ଙ୍କର ଚାଲିଛି ଚିକିତ୍ସା। ଏଭଳି ଅଭାବନିୟ ଘଟଣା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୪ ବର୍ଷର ସରକାର ଅପାରଗତା କୁ ନେଇ ଉଠାଇଥିଲେ ପ୍ରଶ୍ନ। କହିଥିଲେ ଇଏ କଣ ରୁପାନ୍ତିକରଣ? ସେପଟେ ଗ୍ରାମବାସୀ ମଧ୍ୟ କେନ୍ଦ୍ର ମନ୍ତ୍ରୀର ସ୍ବରରେ ସ୍ବର ମିଶାଇଛନ୍ତି। କହିଛନ୍ତି ନବୀନ ସରକାର ଠକିଦେଇଛନ୍ତି ଆମକୁ।

ଗଡଲୋହିସିଂହ ଛକଠାରୁ ଘଞ୍ଚ ଜଙ୍ଗଲ ଭିତରେ ମାଟି ରାସ୍ତାରେ ୫ କିଲୋ ମିଟର ପରେ ରହିଛି ବେଲପାଣି ଗାଁ। ଗାଁର ୨କିଲୋ ମିଟର ପୂର୍ବରୁ ରହିଛି ୨୦ ଫୁଟର ପାଣି ନାଳ। ନାଳ ଉପରେ ପୋଲଟିଏ ନଥିବାରୁ ପାଣିଭିତରେ ପସି ନାଳ ପାର ହେଉଛନ୍ତି ଗ୍ରାମବାସୀ। ଖରାଦିନେ ଯାହା ଯେମିତି ଚଳିଯାଆନ୍ତି, ହେଲେ ବର୍ଷା ହେଲେ ଗାଁରୁ ବାହାରି ପାରୁନାହାନ୍ତି ଗ୍ରାମବାସୀ। ପକ୍କା ରାସ୍ତା ନଥିବାରୁ କଲବଲ ହେଉଛନ୍ତି ସ୍ଥାନୀୟ ଲୋକ। ସେପଟେ ଗାଁ ପାଇପ୍ ପହଁଞ୍ଚିଥିଲେ ବି ପହଁଞ୍ଚିନି ପାଣି। ପକ୍କାଘର ତ ସାତସପନ। ଝାଟି ମାଟି କାନ୍ଥ ଝଡି ଗଲାଣି, ଛପର ଉଡି ଗଲାଣି। ସମସ୍ୟା ସମାଧାନ ନକଲେ ଭୋଟ ବର୍ଜନର ଧମକ ଦେଇଛନ୍ତି ଗ୍ରାମବାସୀ। ଜଙ୍ଗଲି ଦ୍ରବ୍ୟ ହିଁ ଏକମାତ୍ର ରୋଜଗାର। ଦାଦନ ଗଲେହିଁ ଚୁଲି ଉପରକୁ ଯାଉଛି ଭାତହାଣ୍ଡି। ସରକାରୀ ସହାୟତା ପାଲଟିଛି ଅପହଁଞ୍ଚ। ମୈାଳିକ ସମସ୍ୟା ର ସମାଧାନ ନହେଲେ ଭୋଟ୍ ବର୍ଜନର ଧମକ ଦେଇଛନ୍ତି ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Road development not working in inaccessible areas | Argus News