Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଥୁରିଆ ରାସ୍ତାରେ ପାଦେ ପାଦେ ବିପଦ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପଥୁରିଆ ରାସ୍ତାରେ ପାଦେ ପାଦେ ବିପଦ

ଅର୍ଗସ ବ୍ୟୁରୋ:  କୋରାପୁଟ ଜିଲ୍ଲା ପଟଙ୍ଗୀ ବ୍ଲକର ସମ୍ବାଇ ପଂଚାୟତ ଅନ୍ତର୍ଗତ ଉପାନ୍ତ ଇଲାକା ଟବାନାୟକଗୁଡା ଗାଁର ରାସ୍ତାର ଅବସ୍ଥା ନ କହିବା ଭଲ । ଗାଁକୁ ଯିବାକୁ ହେଲେ ମାଟି ଓ ପଥୁରିଆ ରାସ୍ତା ଦେଇ ଯିବାକୁ ପଡ଼େ । କାଦୁଅ ସର ସର ରାସ୍ତାରେ ପ୍ରତି ପାଦେ ପାଦେ ବିପଦ । ଏହି ରାସ୍ତା ଉପରେ  5ଟି ଗ୍ରାମର ଗ୍ରାମବାସୀ ନିର୍ଭର କରିଥାନ୍ତି । ମାତ୍ର ଏ ଖାଲ-ଢିପ ପଥୁରିଆ.. ଜଙ୍ଗଲ ରାସ୍ତା ଯୋଗୁଁ ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି । ଲୋକଙ୍କ ଅଭିଯୋଗ 25 ବର୍ଷ ଶାସନ କାଳରେ ବିଜେଡି ସରକାର କେବଳ ମିଛ ପ୍ରତିଶୃତି ଦିଅନ୍ତି । ସମସ୍ୟାର ସମଧାନ କଥା ଭୁଲି ଯାଆନ୍ତି । ଅନେକ ଥର ଅଭିଯୋଗ ପରେ ବି କେହି ଶୁଣୁନଥିବା କହିଛନ୍ତି ଗ୍ରାମବାସୀ । 

ଯାତାୟତ ପାଇଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା । ଅବହେଳାରୁ ଗ୍ରାମରେ ପହଁଚି ପାରିନି ସୁବିଧା । ପୂର୍ବ ବିଜେଡି ସରକାରଙ୍କ ଅପାରଗତା ଯୋଗୁଁ ଗାଁକୁ କାମ କେବଳ ପ୍ରହସନ ପାଲଟିଛି । ଏବେ ନୁଆ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଗ୍ରାମବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
road is very dangerous in koraput | Argus News