Videos
|
Odisha

ଲଗାଣବର୍ଷାରେ ଖସିଲା ମାଟି ଅତଡା, ଯାତାୟତ ଠପ୍

Smruti Parija
Browse all articles by Smruti Parija
·2 years ago
ଲଗାଣବର୍ଷାରେ ଖସିଲା ମାଟି ଅତଡା, ଯାତାୟତ ଠପ୍

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତର ପାଙ୍ଗନପାଣି ଗ୍ରାମରେ ମାଟି ଅତଡା ଖସିବା ଫଳରେ ଯାତାୟତ ଠପ୍ ହୋଇଯାଇଛି । କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ମାଟି ଅତଡା ଖସି ଥିବାରୁ ହନ୍ତସନ୍ତ ହେଉଛନ୍ତି ଦଣ୍ଡାବାଡ଼ି ପଞ୍ଚାୟତର 10 ରୁ ଉର୍ଦ୍ଧ୍ୱ ଗ୍ରାମବାସୀ । 

ଏହି ରାସ୍ତା ଦେଇ ଲୋକମାନେ ପ୍ରତି ଦିନ ଯାତାୟତ କରୁଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ ।  ଏହି ରାସ୍ତା ଉପରେ ପାଙ୍ଗନପାଣି, ମରିଚଅଟାଳ, କଲିଆ ଅଟାଳ, କୁଆଗନନ୍ଦଲି, ପଣସପୁଟ ଗ୍ରାମବାସୀ ନିର୍ଭର କରୁଥିବାବେଳେ ଗ୍ରାମବାସୀ ଦାବି କରିଛନ୍ତି ଏହାର ମରାମତି ଖୁବ ଶୀଘ୍ର କରିବା ସହ କଲର୍ଭଟଟିଏ ନିର୍ମାଣ କରିବା ପାଇଁ । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
road-problem-due-to-heavy-rainfall-in-koraput-baipariguda-block | Argus News