ଗାଁକୁ ନାହିଁ ରାସ୍ତା, ଲୋକେ ହନ୍ତସନ୍ତ
·2 years ago·1 min read

ଅର୍ଗସ ବ୍ୟୁରୋ: ଅବହେଳିତ ଭୋଗରାଇ ବ୍ଲକ ପୂର୍ବ ଅନଳିଆ ଗ୍ରାମବାସୀ l ଗାଁକୁ ରାସ୍ତା ନଥିବାରୁ ବର୍ଷ ବର୍ଷ ଧରି ହଇରାଣ ହେଉଛନ୍ତି ଗାଁ ଲୋକେ। ୬୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ୧୨ ନଂ ଓ୍ଵାର୍ଡକୁ ନାହିଁ ରାସ୍ତା। ଆଉ ରାସ୍ତା କହିଲେ ଜମି ହିଡ ପାଦ ଚଲା ରାସ୍ତାକୁ ବୁଝାଏ। ଦୀର୍ଘ ବର୍ଷ ଧରି ଲୋକେ ଜମି ହିଡରେ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରିନ୍ତି। ସାମାନ୍ୟ ବର୍ଷା ହେଲେ ମରଣଯନ୍ତା ପାଲଟି ଯାଏ ଏହି ରାସ୍ତା l
ଆଉ ବନ୍ୟା ପାଣି ଜମି ରହିବାରୁ ହାଟ ବଜାର ଏବଂ ଛାତ୍ରଛାତ୍ରୀଙ୍କ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରିକି ଚାରିପଟେ ଖଡ଼ି ବାଡ଼ି ଥିବାରୁ ବନ୍ୟଜନ୍ତୁଙ୍କ ଭୟ ଲାଗି ରହୁଛି।ସେପଟେ ରାସ୍ତା ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ଅଫିସ ପଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଗ୍ରାମବାସୀ। ନିର୍ବାଚନ ପୂର୍ବରୁ ରାସ୍ତା ନହେଲେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ l
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: