Videos
|
Odisha

ଗୋଡ଼ଭଗାବାସୀଙ୍କ ଭାଗ୍ୟ ସହ କିଏ ଖେଳିଛି ଏ ଡବଲ୍ ଗେମ୍ ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗୋଡ଼ଭଗାବାସୀଙ୍କ ଭାଗ୍ୟ ସହ କିଏ ଖେଳିଛି ଏ ଡବଲ୍ ଗେମ୍ ?

ଅର୍ଗସ ବ୍ୟୁରୋ:  ଗୋଡ଼ ମାରିଲେ ଉଠି ଯାଉଛି। ଆଉ ହାତ ମାରିଲେ ମୁଠା ମୁଠା ହୋଇ ବାହାରି ଆସୁଛି ପିଚୁ ମିଶା ଗୋଡ଼ି। ଏମିତି ରାସ୍ତା ବନେଇ କିଏ ଆତ୍ମସାତ୍ କଲା କରଦାତାଙ୍କ କୋଟି କୋଟି ଟଙ୍କା। ଲୋକଙ୍କ ଜୀବନକୁ ବିପଦକୁ ଠେଲି ସେହି ଟଙ୍କାରେ ବୋଧହୁଏ ଅୟସ ଆରାମରେ ରହିବାର ବ୍ୟବସ୍ଥା କରିଛନ୍ତି କେଉଁ ଦୁର୍ନୀତି ଖୋର ବାବୁ। ବରଗଡ଼ ଜିଲ୍ଲା ବରପାଲିରୁ ବରମକେଳା ରାସ୍ତା। ବର୍ଷେ ତଳେ ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣ ହୋଇଥିବା ଏହି ରାସ୍ତାରେ ଲୁଚିଛି ପୂର୍ବର ବିଜେଡି ସରକାଙ୍କ 24 ବର୍ଷ ଶାସନର ଅସଲ ବିକାଶ। ନାଇଁ ଆଦୈ ମିଛ ନୁହେଁ । ଏଇ ଦେଖୁ ନାହାନ୍ତି କିଭଳି ରାସ୍ତାରେ ଗୋଡ଼ ମାରିଲେ ବିକାଶ ଝରୁଛି, ଯାହାକୁ ହାତରେ ମୁଠାଇ ପକାଉଛନ୍ତି ଲୋକେ। ଦୁଇ ହାତ ଲଗାଇ ତୋଳି ଆଣୁଛନ୍ତି। କାଳେ କୁଆଡେ ଖସି ପଳାଇବ ଜାବୁଡି କି ବି ଧରୁଛନ୍ତି। 6 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ବିକାଶକୁ ଛୁଇଁବାର ସୁଯୋଗ ପାଇ ଅନୁଭୂତି ବଖାଣିଛନ୍ତି ସ୍ଥାନୀୟ ବାସିନ୍ଦା।

ଏଠି ତ ସ୍ଥିତି ଆହୁରି ସଂଗୀନ। ଇଏ ହେଉଛି ବରଗଡ଼ର ଗୋଡ଼ଭଗାରୁ ତୁରୁମକୁ ଯୋଡୁଥିବା ରାସ୍ତା। କଂକ୍ରିଟ୍ ରୋଡ୍ ଉପରେ ନିମ୍ନମାନର ପିଚୁ ରାସ୍ତା ନିର୍ମାଣ କରି କୋଟି କୋଟି ଟଙ୍କା ହରିଲୁଟ୍ କରିଛନ୍ତି ଠିକାଦାର। ତେବେ ପୂର୍ତ୍ତ ବିଭାଗର ବିଭାଗୀୟ ଅଧିକାରୀ ଓ ଠିକାଦାର ମିଳିମିଶି ଅଞ୍ଚଳକୁ ରାସ୍ତା ନାଁରେ ଚୁନ ଲଗାଇଥିବାର ଅଭିଯୋଗ ହୋଇଛି।

ରାଜ୍ୟରେ ବିଜେଡି 24 ବର୍ଷ ଧରି କ୍ଷମତାରେ ରହିଲା। ଆଉ ଏହି 24 ବର୍ଷରେ ଦଳର ତୋଷାମଦ କରି ଲୋକଙ୍କ ହକ୍ ମାରି ଅୟସ ଆରାମ ଜୀବନ ବିତାଇବାର ବନ୍ଦୋବସ୍ତ କରିଥିଲେ କିଛି ଦୁର୍ନୀତି ଖୋର୍ ଅଧିକାରୀ। ଯାହାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
 

road problem in bargarh | Argus News