|
logo
Live

Argus News - ସ୍ୱାଧିନତାର ୭୭ ବର୍ଷ ପରେବି ଗାଁକୁ ନାହିଁ ରାସ୍ତା

Odisha

ସ୍ୱାଧିନତାର ୭୭ ବର୍ଷ ପରେବି ଗାଁକୁ ନାହିଁ ରାସ୍ତା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସ୍ୱାଧିନତାର ୭୭ ବର୍ଷ ପରେବି ଗାଁକୁ ନାହିଁ ରାସ୍ତା

ଅର୍ଗସ ବ୍ୟୁରୋ: ଭୁବନ ବ୍ଲକ ବାଲିବୋ ପଞ୍ଚାୟତର ଆଦିବାସୀ ଗାଁ ଅରିଲୋ। ଗାଁରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି। ହେଲେ ଆଜି ଯାଏଁ ଗାଁକୁ ନାହିଁ ଗମନାଗମନର ସୁବିଧା। ଗୁରୁତର ରୋଗୀଙ୍କୁ ଦୋଳାରେ ବୋହି ୨କିମି ନେବା ପରେ ମିଳିଥାଏ ଆମ୍ବୁଲାନ୍ସ ସେବା। ଜମି ହୁଡାରେ ଯିବା ଆସିବା କରିଥାନ୍ତି ଗ୍ରାମବାସୀ। ବର୍ଷା ଦିନେ ପାଣ୍ଡରା ନାଳରେ ବନ୍ୟା ଆସିଲେ ଜଳବନ୍ଦୀରେ ଚାଲିଯାଏ ପୂରା ଗାଁ ।

ଏପଟେ ୮ମାସ ହେଲା ଗାଁରେ ଥିବା ସୋଲାର ଜଳ ପ୍ରକଳ୍ପ ଅଚଳ ହୋଇଯିବାରୁ ପାନୀୟଜଳ ପାଇଁ ଭରଷା ପାଲଟିଛି ଏକମାତ୍ର ପରିତ୍ୟକ୍ତ କୂଅ। ଗାଁରେ ଶିକ୍ଷା ବ୍ୟବସ୍ଥା କଥା ନକହିଲେ ଭଲ। କୋମଳମତି ଛାତ୍ରଛାତ୍ରୀଙ୍କ ପାଇଁ ୨କିମି ଦୂରରେ ଖୋଲିଛି ଅଙ୍ଗନାଓ୍ବାଡି କେନ୍ଦ୍ର। ରାସ୍ତା ନଥିବାରୁ ବର୍ଷା ଋତୁରେ ଏମାନଙ୍କ ପାଠପଢା ଠପ ହୋଇଯାଏ। ସେମିତି ଗାଁରେ ଫେଲ ମାରିଛି ଆବାସ ଯୋଜନା। ଫଳରେ ଜରିପାଲ ବିଛା ଚାଳ ଛପର ଘରେ କଟୁଛି ଏମାନଙ୍କ ଜୀବନ।

ତେବେ ପଞ୍ଚାୟତର ସମସ୍ୟା ପାଇଁ ସରପଞ୍ଚ ଦୁଃଖ ପ୍ରକାଶ କରିଛନ୍ତି। ରାସ୍ତା ନିର୍ମାଣ ପାଇଁ  ୪ଲକ୍ଷ ଟଙ୍କା ମିଳିଛି ଯାହା ସମୁଦ୍ରକୁ ଶଂଙ୍ଖେ ସଦୃଶ। ପଞ୍ଚାୟତର ସମସ୍ୟା ନେଇ ବିଡିଓ ଙ୍କୁ ବାରମ୍ବାର ଅଭିଯୋଗ କରିଥିବା କହିଛନ୍ତି। ଆଜି ବି ସମସ୍ୟା ଘେରରେ ଅରିଲୋ ପଞ୍ଚାୟତ। ତେବେ କାହା ସ୍ବାର୍ଥରେ ସରକାରଙ୍କ ମାଳ ମାଳ ଯୋଜନା। ଏମାନଙ୍କ ଉପରେ କେବେ ପଢିବ ସରକାରଙ୍କ ବିକାଶର ଛିଟା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
ସ୍ୱାଧିନତାର ୭୭ ବର୍ଷ ପରେବି ଗାଁକୁ ନାହିଁ ରାସ୍ତା | Argus News